STORYMIRROR

Lata Behera

Abstract

4  

Lata Behera

Abstract

*କବିତା ଆସର ଶୀର୍ଷକ:-*❤ *ମୋ କବିତା ଆଉ* *

*କବିତା ଆସର ଶୀର୍ଷକ:-*❤ *ମୋ କବିତା ଆଉ* *

1 min
10

*କବିତା ଆସର ଶୀର୍ଷକ:-*

❤ *ମୋ କବିତା ଆଉ*

      *ଭଲ ଲାଗୁ ନାହିଁ*❤

*************************

     ଲତା ବେହେରା ।

   ^^^^^^^^^^^^^^^^^^^

ମୋ କବିତା ଆଉ ଭଲ ଲାଗୁ ନାହିଁ 

    ଲେଖିବାକୁ ଇଚ୍ଛା ହେଉନି

କେମିତି ଲେଖିବି ଭାବି ମୁଁ ପାରୁନି

    ଶବଦ ଖୋଜି ବି ପାଉନି ।


କେତେ କବି କେତେ ଭଲ ଲେଖୁଛନ୍ତି 

    ପଢିଲେ ମନରୁ ଯାଉନି

କିଏ କହୁଛନ୍ତି ତୋହରି କବିତା 

    ଆଉ ଜମା ଭଲ ହେଉନି ।


ସତ ମୁଁ କହୁଛି ସ୍ୱାଗତ କରୁଛି

   ମୋ ଲେଖା ମୋ ମନ ପାଉନି

ତାଙ୍କ ତୁଳନାରେ ମୋ ଲେଖା ସତରେ

    ଟିକିଏ ଭଲ ବି ହେଉନି ।


ଥରୁଟିଏ ଯିଏ ଆଖି ପକେଇବ

   ଆଗକୁ ସେ ଆଉ ଯାଉନି

ଏମିତି କବିତା କେମିତି ଲେଖୁଛି

   ପଢିବାକୁ ଇଚ୍ଛା ହେଉନି ।


ଶବ୍ଦ ସଂଯୋଜନା ନା ଭଲ ରହିଛି

   ଲେଖିବାର ଶୈଳୀ ପାଉନି

ମନକୁ ଯା' ଆସେ ଗାରେଇ ଦେଉଚି

   ପାଗେଳିଟା ଲେଖା ଛାଡୁନି ।


ଟିକେ ହସ ଲାଗେ ଟିକେ ଦୁଃଖ ଲାଗେ

   ଲେଖା ଛାଡି ରହି ପାରୁନି 

ଭଲ କବିତାଟି କେମିତି ଲେଖି ବି

  ଲେଖି ଜମା ମୋତେ ଆସୁନି ।


ଏତେ ବାଜେ କବିତାଟି ହେଉଅଛି

  ମନରୁ ତ ଭୁଲି ପାରୁନି

କବି କବୟିତ୍ରୀ ଆଶୀର୍ବାଦ ହାତ 

   ମଥାରେ ମୋହର ରହୁନି ।


ଭଲ ଲେଖିବାକୁ ଯେତେ ଭାବୁଅଛି

   ଭାବନା ମନରେ ଆସୁନି

ଅନେକ ଭୁଲଟି ରହୁଛି ସେଥିରେ

   କେବେବି ସୁଧୁରି ପାରୁନି ।


ମନ ମୋ କହୁଛି ଏମିତି ଲେଖୁଛୁ

   ଲାଜ ଟିକେ ତୋତେ ମାଡୁନି

କବି କବୟିତ୍ରୀ କି ସୁନ୍ଦର ଲେଖା

    ଅକଲ ମୁଣ୍ଡରେ ପଶୁନି ।


ଲେଖନୀ ମୋହର ନୀରବି ଯାଇଛି

    ଶବ୍ଦ ତୂଳୀ ଖୋଜି ପାଉନି

କାଗଜ ରହିଛି କଲମ ଧରିଛି

    ଭାବନାରେ ମନ ଭିଜୁନି ।


ନିଜକୁ ଧିକାର ଲାଗୁଛି ବହୁତ 

   କେମିତି ବୁଝି ମୁଁ ପାରୁନି 

ଏମିତି ଲେଖୁଛି ମୁଁ ବାଜେ କବିତା 

   କାହା ମନ ଛୁଇଁ ପାରୁନି ।


ମାଆ ସରସ୍ବତୀ ଲେଖନୀ ଚାଳନା

  କେମିତି ମୋହର ହେଉନି

ମୋ କବିତା ଆଉ ଭଲ ଲାଗୁ ନାହିଁ 

   ଲେଖାରୁ ଓହରି ପାରୁନି ।

"""""""""""""""""""""""""""""""""""

🌹❤🌹❤🌹❤🌹

     ଲତା ବେହେରା ।

    ଜକା, ଢେଙ୍କାନାଳ ।

 💅💅💅💅💅💅💅


Rate this content
Log in

Similar oriya poem from Abstract