STORYMIRROR

Lata Behera

Abstract

4  

Lata Behera

Abstract

ଈଶ୍ବର ତୁମେ ଏବେ କୋଉଠି

ଈଶ୍ବର ତୁମେ ଏବେ କୋଉଠି

1 min
13


ହେ ଈଶ୍ବର ତୁମେ କୋଉଠି ରହିଛ

   ଥରୁଟିଏ କହି ଦିଅ

ଯଦି ନ କହୁଛ ତୁମରି ପାଖକୁ

   ମୋତେ ତୁମେ ନେଇ ଯାଅ ।


ମିଛ ମାୟା ଭରା ଏଇତ ସଂସାର 

  ଏଠି ମୋତେ ନ ରଖାଅ

ବିଷାକ୍ତ ଲାଗୁଛି ଏଇତ ଜୀବନ

   ଆୟୁଷ ତୁଟେଇ ଦିଅ ।


ସ୍ବାର୍ଥପର ଏଇ ମଣିଷ ସୂତାରୁ

   ବାହାର କରଇ ଖିଅ 

ଜିରାରୁ ଶିରାକୁ ବାହାର କରେ ସେ

   ତୁମେ ତ କଷ୍ଟ ନ ଦିଅ ।


ତୁମେ ଅଛ ବୋଲି ବଞ୍ଚି ଅଛି ମୁହିଁ 

    ତୁମେ ଦୂରେଇ ନ ଯାଅ

ମାନ ଅଭିମାନ ଯେତେ ପ୍ରଭୁ ଅଛି

   ମନରୁ ଦୂରେଇ ଦିଅ ।


ଦୋଷ ଅପରାଧ ମାର୍ଜନା ମୋ କରି

    ବାହୁ ଖୋଲି ତୋଳି ନିଅ 

ଦଣ୍ଡ ଯଦି ମୋତେ ଦେବାର ତ ଅଛି

   ନିଜ ହାତେ ଦେଇ ଦିଅ ।


ନିନ୍ଦା ଅପବାଦ ଦେଇ ପ୍ରଭୁ ଯଦି

   ଖୁସିରେ ରହୁଣ ଥାଅ

ସେଇ ଅପମାନ ନିତି ସହୁ ଅଛି

   କହୁନି ମୁଁ ତାକୁ ନିଅ ।


ତୁମରି ହାତରେ ଲେଖା ଭାଗ୍ୟ ରେଖା

   ତୁମେ ତାକୁ କାଟି ଦିଅ

କପାଳର ସେଇ ଆୟୁଷ ରେଖାକୁ

   ଶୀଘ୍ର ଲିଭାଇଣ ଦିଅ ।


ମରିବା ବଞ୍ଚିବା ସମାନ ବଞ୍ଚିକି 

   କି ଲାଭ ତ କହି ଦିଅ

ଦୋଷ ନ କରି କି ଦୋଷୀ ଯଦି ହୁଏ

   କାହିଁକି ବଞ୍ଚେଇ ଥାଅ ।


ସହିବାର ଧୈର୍ଯ୍ୟ ଦେଇଅଛ ବୋଲି

    ଏତେ ଦୁଃଖ ଦେଉ ଥାଅ

ବଞ୍ଚେଇ ରଖିକି କି ଲାଭ କାହିଁକି 

    ଜୀବନ ନେଇ ନ ଯାଅ ।


କୋଉଠି ରହିଛ କହି ଦିଅ ଥରେ

   ନିରବତା ଭାଙ୍ଗି ଦିଅ

ଅନ୍ୟ ପାଖେ ଯଦି ନିନ୍ଦିତ କରୁଛ

   ଜୀବନ ଦୀପ ଲିଭାଅ ।


ଈଶ୍ବର ତୁମେଟି କୋଉଠି ରହିଛ

   ଦେଖା ଥରେ ଦେଇ ଯାଅ

ନେଇଯାଅ ପ୍ରଭୁ ତୁମରି ପାଖକୁ 

    ପାଦରେ ଆଶ୍ରୟ ଦିଅ ।



Rate this content
Log in

Similar oriya poem from Abstract