STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଡାକେ କିଏ ହାତ ଠାରି

ଡାକେ କିଏ ହାତ ଠାରି

1 min
354


କୃପଣ ବୋଲି ମୁଁ କାର୍ପଣ୍ୟ କଲ କି

କରୁଣା ସାଗର ସାଇଁ

ସୁଖ ପାରାବାର ତୀରେ ମୁଁ ତଥାପି

ଦୁଃଖର ନିଥର ଭୂଇଁ।।


ସଞ୍ଚିଥିଲି ଯାହା ପାଈ ପାଈ କରି

ସବୁ ସରିଗଲା ବୋଲି

ଯା'ଲାଗି ଦୁଆର ଜଗି ବସିଥିଲି

ଲାତ ମାରି ଦେଲେ ଠେଲି

ମଝି ଦରିଆକୁ ସୁଅ ମୁହାଁ ନାଆ

ପାରିକର ଭାବଗ୍ରାହୀ।।


ପେଟକାଟି ପାଟ ଯା'କୁ ଅରପିଲି

ଥାଟବାଟେ ହେଲା ବଣା

ପେଟ ଚାଖଣ୍ଡକୁ ଭଣ୍ଡେଇଛି ବୋଲି

ଜାଣି ବି ହୁଏ ଅଜଣା

ତୁମେ ତ ଜାଣିଛ ସବୁକିଛି ନାଥ

ଅଜଣା ହୁଅ କିମ୍ପାଇଁ।।


ନୀଡ଼ ହୁଡ଼ିଗଲେ ଆକାଶ ଅଜଣା

ବାହୁଡ଼ିବା ବାଟ ବଣା

ଦିନ ଗଲା ଗଡି ବାଟ ଗଲି ହୁଡ଼ି

ପାଏନା ନିଜ ଠିକଣା

ତଥାପି କାହିଁକି ମନ ମୋ ଖୋଜୁଛି

ପୁରୁଣା ଦିନର ଛାଇ।।


ଆଖିମେଲି ଆଜି ଚାହିଁବି ଭାବୁଛି

ଯେତେ ଦୂର ଦେଖିହେବ

ଦିଶୁନାହିଁ ବୋଲି ଦେଖିବିନି ଯଦି

କେମିତି ବା ଦେଖାଯିବ

ଆଜି ବି ଲାଗୁଛି, କେହି ତ କେଉଁଠି

ବସିଛି ମୋ ବାଟ ଚାହିଁ।।


ଡାକେ ଠାରି ହାତ ମୋ ଗାଆଁ ସଡ଼କ 

ସାଳନ୍ଦୀ ନଈର ତୁଠ

ନଈ ଏ ପାରିର ଆମ୍ବ ତୋଟା ମାଳ

ଅବା ସେପାରି ର ହାଟ

ଜୀଇଁଥିବା ଯାକ ଜୀବନର ଛାପ

ନହେଲେ ମଶାଣି ଭୂଇଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract