STORYMIRROR

Lata Behera

Abstract

4  

Lata Behera

Abstract

*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:

*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:

1 min
6

*ହଜିଲା ଦିନ ସ୍ମତିରୁ ପଦେ*

    *କବିତା ମାଳା ଶୀର୍ଷକ: -*

🌹❤ *ଧୁଡୁକି ଗୀତ*❤🌹

*************************

       ଲତା ବେହେରା ।

     ^^^^^^^^^^^^^^^^^^

ହଜିଲା ଦିନର ସ୍ମୁତି କବିତାରେ 

   ଏଇତ ଧୁଡୁକି ଗୀତ

କରେ ବିମୋହିତ ଲାଗଇ ବିସ୍ମିତ 

   ମନେ ଜାଗେ ପୁଲକିତ ।


ଧୁଡିକି ଭାଇଟି ଗାଆଁ ଗାଆଁ ବୁଲି

    କରୁଥାଏ ନାଚ ଗୀତ

ମନ ଫୁଲାଣିଆ ଗୀତ ଗାଇ ଗାଇ

   ହେଉଥାଏ ଆନନ୍ଦିତ ।


ଡବାର ଖୋଳରେ ତାର ବାନ୍ଧି ସିଏ

    ଧୁଡିକି କରେ ପ୍ରସ୍ତୁତ 

ବଜାଉ ଥାଏଟି ହାତ ଆଙ୍ଗୁଠିରେ 

    ଗାଇ ସେ ଧୁଡିକି ଗୀତ ।


ଶବ୍ଦର ତରଙ୍ଗେ ସଙ୍ଗୀତ ମୂର୍ଚ୍ଛନା

    ଝରୁଥାଏ ଅବିରତ

ତଟସ୍ଥ ହୋଇଣ ଲୋକେ ଦେଖୁଥାନ୍ତି

     ଧୁଡୁକିର ନାଚ ଗୀତ ।


ବେଶ ଭୂଷା ତାର ଭାରି ଭଲ ଲାଗେ

    ଟାଣି ହେଇ ଯାଏ ନେତ୍ର

ଅଙ୍ଗ ଭଙ୍ଗା ସାଜ ସଜ୍ଜାଟି ତାହାର

    ଲାଗେ ବି ବଡ ବିଚିତ୍ର ।


ଏବେ ସେ ଧୁଡୁକି ଦେଖା ତ ଯାଉନି

    ରହିଛି ସେ ହୃଦଗତ

ଲୋକ କଳା ଏଇ ଓଡିଶା ସଂସ୍କୃତି 

   ଧୀରେ ହୁଏ ଲୁକ୍କାୟିତ ।


ଏବେ ସେ କୋଉଠି କାଁ ଭାଁ କାହିଁ 

    ଦେଖା ଯାଉଛି କ୍ୟୁଚିତ 

ହଜିଲା ସ୍ମୃତିର ସାହିତ୍ୟ ଆସରେ

   ଧୁଡୁକି ଗୀତ ନିସୃତ ।


ଏ ଧୁଡିକି ଗୀତ ଏବେବି ଲୋକଙ୍କ 

    ମନରେ ଅଛି ଆଦୃତ

ଭୁଲିତ ହେବନି ଏଇ ଲୋକ କଳା

    ରକତେ ଅଛି ଲିଖିତ ।


ସାଉଁଟି ଆଣିଛି ସାହିତ୍ୟ ସଂସଦ 

    ହଜିଲା ସ୍ମୃତିର ଗୀତ

ଧନ୍ୟ ଜଗନ୍ନାଥ ସାହିତ୍ୟ ସଂସଦ 

    କରେ କୋଟି ପ୍ରଣିପାତ ।

"""""""""""""""""""""""""""""""""""""""

     ଲତା ବେହେରା ।

     ଜକା, ଢେଙ୍କାନାଳ ।

🌹🌺❤🙏❤🌺🌹✍️


Rate this content
Log in

Similar oriya poem from Abstract