STORYMIRROR

Lata Behera

Abstract

4  

Lata Behera

Abstract

ହସି ଦିଅ ମୋର

ହସି ଦିଅ ମୋର

1 min
5


ହସି ଦିଅ ମୋର ରାଜା କଣ୍ଢେଇ

ବସନି ତୁ ଆଉ ମୁହଁ ଫୁଲେଇ ।

ତୋ ପାଇଁ ରଖିଛି ମୁହିଁ ମଲେଇ

ଚାଟି ଦେ ତୁ ଟିକେ ଜିଭ ଲଗେଇ ।

କେଡେ ସ୍ବାଦ ତାର ଆହାଃ କି ମଧୁର

  ଖାଇଲେ ତୁମକୁ ନେବି ବୁଲେଇ ।

ହସି ଦିଅ ମୋର ରାଜା କଣ୍ଢେଇ ।


ମନ ମାରି ଆଉ ବସି ରୁହନା

ଭଲ ଲାଗୁ ନାହିଁ ରୁଷି ବସନା ।

ଅବୁଝା ହୁଅନି କଥା କୁହନା

ତୁମ ବିନା କିଛି ଭଲ ଲାଗେନା ।

କୋଳେ ବସି ଯାଅ କଥା କହି ଦିଅ

  ମୋ ମନକୁ ଆଉ ଦୁଃଖ ଦିଅନା ।

ମୋ ରାଜା କଣ୍ଢେଇ ପାଖେ ଆସନା ।


ମୁହଁକୁ ବସିଛ କାହିଁ ଶୁଖେଇ

କଣ କିଛି କିଏ ନେଲା ଚୋରାଇ ।

ଭାଙ୍ଗି ଯାଇଥିଲେ ଦେବି ଗଢେଇ

ହଜି ଯାଇଥିଲେ ଦେବି ଖୋଜେଇ ।

ନୀରବତା ଭାଙ୍ଗି କହି ଦିଅ ଖୋଲି

 ଦେବି ତୁମ ହାତେ ସବୁ ଧରେଇ ।

ହସି ଦିଅ ମୋର ରାଜା କଣ୍ଢେଇ ।


ଏମିତି କିଛି ତ ନାହଁ ତୋ ପାଇଁ 

ଦେବିନି ବସୁଛୁ ମୁହଁ ବୁଲେଇ

ଯାହା ତୁ ମାଗୁବୁ ସବୁ ତୁ ପାଇ

ତୋ ପାଇଁ ଅଛି ମୋ ପଣତ ଛାଇ ।

ଗୀତ ଗାଇ ତୋତେ ଶୁଆଇ ଦେବି ମୁଁ 

  ଚାନ୍ଦ ଦେଖେଇବି କୋଳେ ବସେଇ ।

ହସି ଦିଅ ମୋର ରାଜା କଣ୍ଢେଇ ।


ଆଣି ଦେବି କି ବା ରାଣୀ କଣ୍ଢେଇ

ସେଥିପାଇଁ ମୁହଁ ଅଛ ଫୁଲାଇ ।

କଥା ଦେଉଅଛି ଆଣି ବି ଯାଇ

ଖାଇ ଦିଅ ଏବେ ଦେଖି କଣ୍ଢେଇ 

ଏ ରାଣୀ କଣ୍ଢେଇ କୁହ ତ କାହାର

   ଦେଖି ଦିଅ ଧନ ମୁହଁ ବୁଲେଇ ।

ହସି ଦିଅ ମୋର ରାଜା କଣ୍ଢେଇ । 



Rate this content
Log in

Similar oriya poem from Abstract