STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ପ୍ରକୃତି ମଚାଲ

ପ୍ରକୃତି ମଚାଲ

1 min
242



ପଚାରୁଛି କୋଇଲି ଚାହିଁ ବୁଲି ବୁଲି 

ମୋ ନାଁରେ ଗପ ଲେଖିବୁ ବୋଲି 

କହିଥିଲୁ ଗତକାଲି 

ମୋ ଚାଲିରେ ଛବେଲି 

ନିଶା ମୋ ରଙ୍ଗୋଲି 

କଥା ଦେଇ କଥା ରଖି ଆଜିକାଲି 

କିଏ ଵା ହୋଇଛି ଭଲ ମଣିଷ ଅସଲି 

କୋଇଲି ବି ଭାବୁଥିଲା ପିଇକି ମହୁଲି 

ଆଖିରେ ତା ଅସରନ୍ତି ସ୍ବପ୍ନ ନାଲି ନାଲି 

ପଛକଥା ପାରୁନି ଭୁଲି 

ହେଉଛି ଗେଲି ଦୁଲି 

ଅଝଟ ଝିଅ ପକାଏ ଏମିତି ଚାଲି 

ବର୍ଷା ଚୁଲୁବୁଲି 

ଶୀତ ମଖମଲ୍ଲୀ 

ଖରା ଭାରି ନାଲି 

କିଏ ସରି ହେବ ବସନ୍ତ ହେମନ୍ତ ଶରତ 

କାନେ କିଏ କଲାକି ଚୁଗୁଲି 

ଆସୁନାହାଁନ୍ତି ଧରାକୁ ବୁଲି 

ଆସନ୍ତିନି ସେମାନେ ମନ ବୁଝି ବାଟ ଖ

ୋଜି 

ଯାଇଛନ୍ତି ଭୁଲି 

ଛଅ ବଦଳେ ତିନି ଚାଲି 

ଡାକନ୍ତି ଆଲୋ କୋଇଲି 

ସାରେଗାମା ପାଧାନିଶା ଗାଇବେ ବୋଲି 

ଆମ୍ବ ବଉଳ ପେନ୍ଥି 

ଫୁଲ ପାଖୁଡା ଗୁନ୍ଥି 

ପିନ୍ଧି ରଙ୍ଗବେରଙ୍ଗ ଝିଲିମିଲି 

ହସୁଛନ୍ତି ଖିଲିଖିଲି 

ଏସନ ସୂର୍ଯ୍ୟ କରିବେ କମାଲ ଧମାଲ 

କହିବେ ବୁଲି ବୁଲି 

ପ୍ରସ୍ତୁତ ହୁଏ କୋଇଲି 

ମାଟିମାଆ ଭାବେ ଖାଲି 

ରୋଗ ଋଣ ଯାଉ ଚାଲି 

ନୂଆ ଲାଗୁ ସବୁ ନୂଆବରଷ ଆସିଛି ବୋଲି

ପ୍ରକୃତି କୋଳେ ଗୀତ 

ଗାଇ ଗାଇ କହେ ଶୀତ 

ତୁ ଏକା ମୋର ମିତ 

ଯାଆନା ଚାଲି ପ୍ରକୃତି ମିତ 

ଦେଇଛୁ ଯାହା ଅଜାଚିତ 

ଧରି ରଖିବାକୁ ମାଗେ ଜଗନ୍ନାଥଙ୍କ ହାତ


Rate this content
Log in

Similar oriya poem from Abstract