STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ପ୍ରକୃତି ମଚାଲ

ପ୍ରକୃତି ମଚାଲ

1 min
239


ପଚାରୁଛି କୋଇଲି ଚାହିଁ ବୁଲି ବୁଲି 

ମୋ ନାଁରେ ଗପ ଲେଖିବୁ ବୋଲି 

କହିଥିଲୁ ଗତକାଲି 

ମୋ ଚାଲିରେ ଛବେଲି 

ନିଶା ମୋ ରଙ୍ଗୋଲି 

କଥା ଦେଇ କଥା ରଖି ଆଜିକାଲି 

କିଏ ଵା ହୋଇଛି ଭଲ ମଣିଷ ଅସଲି 

କୋଇଲି ବି ଭାବୁଥିଲା ପିଇକି ମହୁଲି 

ଆଖିରେ ତା ଅସରନ୍ତି ସ୍ବପ୍ନ ନାଲି ନାଲି 

ପଛକଥା ପାରୁନି ଭୁଲି 

ହେଉଛି ଗେଲି ଦୁଲି 

ଅଝଟ ଝିଅ ପକାଏ ଏମିତି ଚାଲି 

ବର୍ଷା ଚୁଲୁବୁଲି 

ଶୀତ ମଖମଲ୍ଲୀ 

ଖରା ଭାରି ନାଲି 

କିଏ ସରି ହେବ ବସନ୍ତ ହେମନ୍ତ ଶରତ 

କାନେ କିଏ କଲାକି ଚୁଗୁଲି 

ଆସୁନାହାଁନ୍ତି ଧରାକୁ ବୁଲି 

ଆସନ୍ତିନି ସେମାନେ ମନ ବୁଝି ବାଟ ଖୋଜି 

ଯାଇଛନ୍ତି ଭୁଲି 

ଛଅ ବଦଳେ ତିନି ଚାଲି 

ଡାକନ୍ତି ଆଲୋ କୋଇଲି 

ସାରେଗାମା ପାଧାନିଶା ଗାଇବେ ବୋଲି 

ଆମ୍ବ ବଉଳ ପେନ୍ଥି 

ଫୁଲ ପାଖୁଡା ଗୁନ୍ଥି 

ପିନ୍ଧି ରଙ୍ଗବେରଙ୍ଗ ଝିଲିମିଲି 

ହସୁଛନ୍ତି ଖିଲିଖିଲି 

ଏସନ ସୂର୍ଯ୍ୟ କରିବେ କମାଲ ଧମାଲ 

କହିବେ ବୁଲି ବୁଲି 

ପ୍ରସ୍ତୁତ ହୁଏ କୋଇଲି 

ମାଟିମାଆ ଭାବେ ଖାଲି 

ରୋଗ ଋଣ ଯାଉ ଚାଲି 

ନୂଆ ଲାଗୁ ସବୁ ନୂଆବରଷ ଆସିଛି ବୋଲି

ପ୍ରକୃତି କୋଳେ ଗୀତ 

ଗାଇ ଗାଇ କହେ ଶୀତ 

ତୁ ଏକା ମୋର ମିତ 

ଯାଆନା ଚାଲି ପ୍ରକୃତି ମିତ 

ଦେଇଛୁ ଯାହା ଅଜାଚିତ 

ଧରି ରଖିବାକୁ ମାଗେ ଜଗନ୍ନାଥଙ୍କ ହାତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract