STORYMIRROR

Bidyadhar Mantry

Abstract Inspirational

4  

Bidyadhar Mantry

Abstract Inspirational

ହେ ଜୀବନ

ହେ ଜୀବନ

1 min
296


ହେ ଜୀବନ,ବର୍ତ୍ତମାନ ସମୟ ଖୁସିରେ ବିତୁଛି

ଭବିଷ୍ୟତ ମୁହୂର୍ତ୍ତ କିପରି ଆସିବ କିଏ ବା ଜାଣିଛି

ସେଇ ଅଜଣା ମୁହୂର୍ତ୍ତ କିପରି ଓ କେମିତି ଆସିବ

ଯେମିତି ବା ହେଉ ,ଯାହା ହେବ,ଦେଖାଯିବ।


ଭବିଷ୍ୟତ ପାଇଁ କିମ୍ପା ହେବା ମ୍ରିୟମାଣ

ବୋଝ ବୋଲି ଭାବିବା ହିଁ ସପୂର୍ଣ୍ଣ ଅର୍ଥହୀନ

ସେଇ ସମୟ ଯାହା ହେବ, କରିବା ଗ୍ରହଣ

ଭବିଷ୍ୟତର ପ୍ରତ୍ୟେକ ଗୀତକୁ କରିବା ଶ୍ରବଣ

ଗୀତ ର ତାଳେ ତାଳେ ନଚାଇବା ନିଜ ତନ ମନ

ହେ ଜୀବନ,ବର୍ତ୍ତମାନ ଖୁସିରେ ବିତୁ ଅଛି ଦିନ।


ପ୍ରତ୍ୟେକ ମୁହୂର୍ତ୍ତର ହିସାବ ହେଉଛି

ଆରମ୍ଭରୁ ହିଁ ନିର୍ଦ୍ଧାରଣ ହୋଇ ରହିଅଛି

ଭବିଷ୍ୟତ ଗର୍ଭରେ କିଏ ଜାଣେ କଣ ଆସୁଛି

ଅନିଶ୍ଚିତତା ଭିତରେ ସେଇ ମୁହୂର୍ତ୍ତ ରହିଛି

ହେ ଜୀବନ,ତୁମ ଆଗମନ ଯେବେ ଅପ୍ରତ୍ୟାଶିତ 

ସେଇ ମୁହୂର୍ତ୍ତକୁ କୋଳାଗ୍ରତ କରିବାକୁ ବି ପ୍ରସ୍ତୁତ


ହେ ଜୀବନ ,ତୁମ ସହ ବନ୍ଧୁତ୍ଵ ର ସମ୍ପର୍କ ରହିବ

ଖୁସିରେ ଅଛି ଜୀବନ,ସେଇ ଭାବ ଆଗକୁ ରହିବ।ବର୍ତ୍ତମାନ ହିଁ ସର୍ବସ୍ବ ,ଏହି କଥା ଭାବିବାକୁ ହେବ

ଆଜିର ଖୁସି ମୁହୂର୍ତ୍ତ ହିଁ ଭବିଷ୍ୟତ ରୂପରେଖ ନେବ


ଜୀବନ ଏକ ସଂଘର୍ଷ ହେଲେ ବି ବଞ୍ଚିବାକୁ ହେବ

ସମସ୍ୟା ଘେରରେ ରହି ସମାଧାନ ପନ୍ଥା ମିଳିବ

ସକାରାତ୍ମକ ଚିନ୍ତା ଧାରା ଯଦି ମନରେ ରହିବ

ପ୍ରତି ସମସ୍ୟାର ସମାଧାନ ହେବ ହିଁ ହେବ।


ହେ ଜୀବନ,ତୁମେ ବି ଜାଣିନ ଭବିଷ୍ୟତ କଥା

ଅନିଶ୍ଚିତ ମୁହୂର୍ତ୍ତ ପାଇଁ କିମ୍ପା ଏତେ ଚିନ୍ତା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract