Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ଶରତ ଆଗମେ

ଶରତ ଆଗମେ

1 min
244



ଶରତ ଆଗମେ ଆକାଶ ନିର୍ମଳ 

   ଧରାଟି ସୁନ୍ଦର ଦିଶେ 

ନଈ ପଠା ଧାରେ କାଶତଣ୍ଡୀ ଫୁଲ

   ପବନେ ଦୋହଲି ହସେ ।


ପରିବେଶ ଆମ ସ୍ବଚ୍ଛ ଓ ସୁନ୍ଦର 

   ବିଲରେ ସବୁଜ ଧାନ

ଚାଷୀ ଭାଇ ଦେଖି ହେଉଥାଏ ଖୁସି

   ଆନନ୍ଦେ ବିଭୋର ମନ ।


ଅପରାଜିତାଟି ବାଡ ଦେହେ ମାଡି

   ସୌନ୍ଦର୍ଯ୍ଯରେ ଶୋଭା ପାଏ 

ଏତେ ଫୁଲ ତାର ଦେହେ ଫୁଟି ଥାଏ

    ତନୁ ମନ ମୋହି ନିଏ ।


ରଙ୍ଗ ବେରଙ୍ଗର ଅନେକ କୁସୁମ

   ଫୁଟି ହସେ ଧରା ଦେହେ

ସରସୀରେ ଫୁଟି କୁମୁଦିନୀ ହସେ

   ଚନ୍ଦ୍ରମା ମନକୁ ମୋହେ ।


ଝିପି ଝିପି ବର୍ଷା କେବେ ଝରୁଥାଏ

   ଆକାଶେ ବିଜୁଳି ମାରେ

ଜଗତ ଜନନୀ ମାଆ ଦଶଭୂଜା

   ବିଜେ ଏଇ ମର୍ତ୍ତ୍ୟ ପୁରେ ।


ଅଗ୍ରପୂଜ୍ୟ ଆମ ଶ୍ରୀଗଣେଶ ପୂଜା

   ଶରତ ଆଗମେ ହୁଏ

ନୂଆଖାଇ ପର୍ବ ତା ପରଦିନ

   ଧୁମ୍ ଧାମରେ କରା ଯାଏ ।


ଖୁଦୁରୁକୁଣୀରେ ଭାଲୁକୂଣୀ ପୂଜା

    ଝିଅ ବୋହୂ କରିଥାନ୍ତି 

ମାଆ ମଙ୍ଗଳାଙ୍କୁ ସୁମରଣା କରି

    ବ୍ରତ ସମାପନକୁ କରନ୍ତି ।


କୁମାର ପୂର୍ଣ୍ଣିମା ପାଳନ କରନ୍ତି 

    କୁମାର ଜହ୍ନକୁ ନେଇ

ଚନ୍ଦ୍ରମା ପରି ସେ ସୁନ୍ଦର ବରଟେ

     ମନରେ ମନାସି ଥାଇ ।


ରୋଗ ବ୍ୟାଧିରୁ ଯେ ଆରୋଗ୍ଯ ହେବାକୁ

    ଜହ୍ନି ଓଷା କରାଥାଏ

ଯିଏ ଯାହା ମନା ସେ ସେଇ ଫଳ ପାଏ

    ସେହି ନିଶ୍ଚେ ପାଇଥାଏ ।


ଦୁଇଟି ମାସକୁ ନେଇ ଏ ଶରତ

    ଧରା ପୃଷ୍ଠେ ଆଗମନ

ଗୋଟି ମାସ ତ ଭାଦ୍ରବ ଆମର

   ଗୋଟିଏ ହୁଏ ଆଶ୍ବିନ ।

ଶରତ ଆଗମେ କାଶତଣ୍ଡୀ ଫୁଲେ

    ବସୁନ୍ଧରା ହସୁଥାଏ 

ମାଆର ଆସିବା ପଥକୁ ଚାହିଁ ସେ

    ବିଜୟ ସଙ୍ଗୀତ ଗାଏ ।


Rate this content
Log in

Similar oriya poem from Abstract