ଗୁରୁ ମହିମା
ଗୁରୁ ମହିମା
ମହିମା ଗୁରୁଙ୍କ ବର୍ଣ୍ଣିବ ବା କିଏ
ଅଛି ଶକ୍ତି ଦେହେ କାର
ମଳୟ ପବନ ତୁମେ ପରା ଗୁରୁ
ଜ୍ଞାନର ଅଟ ସାଗର !!
କାଷ୍ଠ କୁ ଚନ୍ଦନ କରି ଦିଅ ଗୁରୁ
ଶିଷ୍ୟ ହୃଦେ ଜ୍ଞାନ ବୋଳି
ବ୍ୟକ୍ତିତ୍ଵବିକାଶ ଗୁରୁ ଜ୍ଞାନେ ତା'ର
ଜ୍ଞାନ କୁ ବିଜ୍ଞାନେ ବୋଳି !!
ସତ୍ୟ ଅହିଂସାର ମନ୍ତ୍ର ଦିଅ ଗୁରୁ
ଶିକ୍ଷା ପ୍ରେମ ଶ୍ରଦ୍ଧା ପ୍ରୀତି
ଯୁଦ୍ଧର କୌଶଳ ଶିକ୍ଷା ଦିଅ ତୁମେ
ଠାକୁରେ ପ୍ରେମ ଓ ଭକ୍ତି !!
ଭକ୍ତି ପିତୃମାତୃ ଗୁରୁଜନ ସେବା
ଶିଷ୍ୟ କୁ ଶିକ୍ଷା ଦେଉଛ
ରାଷ୍ଟ୍ରପ୍ରତିଭକ୍ତି ଶିକ୍ଷା ଦେଇ ଗୁରୁ
କର୍ତ୍ତବ୍ୟ ଜ୍ଞାନ ଭରୁଛ !!
ଗୁରୁ ପରା ବ୍ରହ୍ମା ଗୁରୁ ପରା ବିଷ୍ଣୁ
ଗୁରୁ ଦେବ ମହେଶର
ପରମବ୍ରହ୍ମହେ ଗୁରୁ ପରା ମୋର
ମୋ ପାଇଁ ଗୁରୁ ଈଶ୍ଵର !!
ଏ ଜୀବନ ତୁମ ଦେଲ ଗୁରୁ ଜ୍ଞାନ
ଦେଲ ଜ୍ଞାନ ମନୁଷ୍ୟର
ଯାହା କିଛି ମୁହିଁ ତୁମ ଅବଦାନ
ସଂସ୍କୃତି ସଂସ୍କାର ମୋର !!
କି ଦେଇ ପୂଜିବି ଆହେ ଗୁରୁଦେବ
ଏ ଜୀବନ ତୋ ତୁମରି
ପ୍ରେମ ଶ୍ରଦ୍ଧା ପ୍ରୀତି ରଖିବି ଚରଣେ
କରୁଛି ମୁହିଁ ଗୁହାରି !!
କର୍ମ ପଥେ ରହି କର୍ମ କରୁ ଥିବି
ହିଂସା ଅହଂକାର ଛାଡି
ଜୀବ ପ୍ରତି ଦୟା ରଖି ଥିବି ହୃଦେ
ମୋହ ମାୟାରେ ନ ପଡି !!
ତବ ଆଶୀର୍ବାଦେ ସମ୍ଭବ ହୋଇବ
କରିବି କାର୍ଯ୍ୟ ରାଷ୍ଟ୍ରର
ଆତ୍ମନିର୍ଭର ଟି କରିଛ ଗୁରୁହେ
ରଖିବି କୀର୍ତ୍ତି ତୁମର !!
ରଖି ଥିବି ଭକ୍ତି ଚରଣେ ତୁମରି
ତୁମେ ମଳୟ ପବନ
କାଷ୍ଠ କୁ କରୁଛ ଚନ୍ଦନ ହେ ଗୁରୁ
ଶିଷ୍ୟେ ରଖି ଥିବ ଧ୍ୟାନ !!
