STORYMIRROR

puspalata samantary

Inspirational

3  

puspalata samantary

Inspirational

ଅଙ୍କୁଶ ଲାଗୁ

ଅଙ୍କୁଶ ଲାଗୁ

1 min
300

ଯୁବପିଢି ଆମ ଏ ଦେଶ ଜାତିର

ଗର୍ବ ଆଉ ଗଉରବ,

ଶିକ୍ଷା ଓ ସଂସ୍କୃତି ଦେଶର ଉନ୍ନତି

ତାଙ୍କରି ଦ୍ୱାରା ସମ୍ଭବ ।

ଆଜିର ଜନତା ତରସୁ ଅଛନ୍ତି

ଦେଖି ଏ ବ୍ୟବସ୍ଥା ମାନ,

କୋମଳ ମତିର ବାଳକ ବାଳିକା

ତହିଁରେ ହୁଅନ୍ତି ମଗ୍ନ ।

ଧାରାବାହି ଓ ଆଲବମ ଆଉ

ସିନେମା ଇଣ୍ଟରନେଟ,

ମୋବାଇଲ ମାଧ୍ୟମରେ ସେ ଦେଖନ୍ତି

କେତେ ଯେ ଅଶ୍ଳୀଳ ଫଟୋ ।

ସମ୍ବେଦନଶୀଳ ବସ୍ତ୍ର ପରିଧାନ

ପଥଭ୍ରଷ୍ଟ ର କାରଣ,

କେତେ କାଂଶେ ତାହା ହୋଇଥାଏ ଏହା

ରଖନ୍ତୁ ସଦା ସ୍ମରଣ ।

ମନୋରଞ୍ଜନ ର ନାମରେ ଦେଖନ୍ତି

କେତେ ଯେ ଅଶ୍ଳୀଳ ଦୃଶ୍ୟ,

ଅଗଣିତ ଜନତାଙ୍କ ନିବେଦନ

ଏଥିରେ ଲାଗୁ ଅଙ୍କୁଶ ।

ଯୁବପିଢ଼ି ଙ୍କ ର ଚିନ୍ତା ଓ ଚେତନା

ଯଦି ଲକ୍ଷଭ୍ରଷ୍ଟ ହେବ,

ଦେଶ ଓ ଜାତିର ଗର୍ବ ଗୌରବର

ମଥାନତ ହୋଇଯିବ ।

ବୁଦ୍ଧିଜୀବୀ ଆଉ ଚିନ୍ତାଶୀଳ ମାନେ

ଅବଶ୍ୟ ଏହା ବୁଝିବେ,

ମାନବିକତା ଓ ଦାୟିତ୍ୱବୋଧର

ପଥ ଉନ୍ମୁକ୍ତ କରିବେ।

ସ୍ୱାର୍ଥ ନ୍ୱେଷୀ ଆମ ବ୍ୟବସାୟୀ ଗଣ

ଏଥିପ୍ରତି ଧ୍ୟାନ ଦିଅ,

ସୁଦୂର ପ୍ରସାରୀ ଅମାନବୀୟତା

ପାଇଁ ସାବଧାନ ହୁଅ ।


Rate this content
Log in

Similar oriya poem from Inspirational