STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଛାଡିଦେବା

ଛାଡିଦେବା

1 min
389


ଆଉ କେତେକାଳ ମୋର ଆୟୂଷ

ଛାଡ଼ି ଚାଲିଯିବି ଯେତେ ନିଜସ୍ଵ

ଯମ ଲୋକରେ ସେପାଇଁ ଯୋଜନା

ଚିତ୍ରଗୁପ୍ତ ପାଞ୍ଜି କରେ ଗଣନା  ।।


ଏତ ଜୀବନ ର ଗୀତ କାହାଣୀ

ମିଳନରେ ବିଚ୍ଛେଦେ ବିରହିଣୀ

ପାସେ ବିରହି ପୁରୁଷ ଲେଖନୀ

ଚଳ ଚଞ୍ଚଳ କାମନା କାମିନୀ  ।।


ଏତ ସମାଜିକ ଚାଲି ଚଳଣି

କୁ ଅଭ୍ୟାସ ବନ୍ଧନରେ ବନ୍ଧନୀ

ବନ୍ଧାହୋଇ ରଚେ ଦୁଃଖ ସାରଣୀ

ବର୍ଜି ଦିଅନ୍ତି ତାହାକୁ ସୁଜ୍ଞାନୀ  ।।


ଉଚ ବ୍ରାହ୍ମଣ କୁଳରେ ଉଦ୍ଭବ

ବେଦ ପାଠ ତ ନୁହଇ ସମ୍ଭବ

ଜାତି,କୁଳ ର ବେଉସା ବୈଭବ

ଛାଡି କରେଯେତେ ପାପ ସମ୍ଭବ ।।


ଭକ୍ତ ଛାଡ଼ିଲେଣି ହରି ଭଜନ

ପ୍ରାଣୀ ହରାଏ ନିଜ ଭାରସାମ୍ୟ

ନାରୀ, ପୁରୁଷର ପ୍ରେମ ବନ୍ଧନ

ତିକ୍ତ ଭାବେ କ୍ଷଣେ ହୁଏ ବିଛିନ୍ନ ।।


ଏଇ ଛାଡ଼ିବା ଶିର୍ଷକ କବିତା

କବି କଲମେ ଦେଉଛି ବାରତା

ଛାଡି ମନ୍ଦ କର୍ମ ଘେନ ସତ୍ ପନ୍ଥା

ସାହା ହେବେ ରେ ଜଗତ କରତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational