ସ୍ମୁତିରେ ସେଦିନ
ସ୍ମୁତିରେ ସେଦିନ
ଖୁବ୍ କମ୍ ସମୟ ଥିଲା ଚାକିରୀ କାଳ
ଅଠାକାଠିରେ ଫସିଗଲା ଜୀବନ,
ଅସରନ୍ତି ଲୋଭ, ମୋହର
ବାଟରେ ଚାଲୁ ଚାଲୁ ଅଟକିଗଲା
ମୋର ଦୁଇ ଅବଶ ପାଦ ।
ଯେମିତି ଆରମ୍ଭ ହୁଏ ସକାଳ
ସବୁ ପ୍ରତୀକ୍ଷାର ଅନ୍ତ ଘଟେଇ
ପହଞ୍ଚି ଯାଏ ଶିକ୍ଷା ନିକେତନ,
ସେଇଠି ହିଁ ଥିଲା
ବଞ୍ଚିବା ର ସମସ୍ତ ଅଭିଳାଷା
ମହତ ଆକାଂକ୍ଷା ।
କୁନି କୁନି ପିଲାମାନେ
ସତେ ଯେମିତି ଦରଫୁଟା
ଗୋଲାପ କଢି ପରି,
ଲେଖୁଥିଲେ ଶ୍ରୁତ ଲିଖନ,
ସମାଧାନ କରୁଥିଲି ମାନସାଙ୍କ ,
କେବେ କେବେ ପ୍ରମାଣ କରିବାକୁ ପଡୁଥିଲା
ଜୀବନ ଜ୍ୟାମିତିର ଉପପାଦ୍ୟ ।
ସୁଖ ,ଦୁଃଖର ଗ:ସାଗୁ, ଲ:ସାଗୁ
ହିଁ ଶିଖେଇ ଥିଲା
ଜୀଇଁବାର ମୂଳମନ୍ତ୍ର ।