STORYMIRROR

PRIYANKA SAHOO

Abstract

2  

PRIYANKA SAHOO

Abstract

ଜେଜେଙ୍କ ଗପ ପେଡି

ଜେଜେଙ୍କ ଗପ ପେଡି

1 min
498

ସେହି ପିଲାଦିନ ନବୁଝିଲା ମନ

ହଜିଗଲା ସେ ସମୟ,

ଖୋଜି ପାଉ ନାହିଁ ହେଜି ଦିଶୁନାହିଁ

ବୁଝୁନାହିଁ ଏ ହୃଦୟ


ବିତିଲା ସେ ରାତି ସାଇତିଲା ସ୍ମୁତି

ଜେଜେଙ୍କ ଗପର ପେଡି,

ଅଲିଭା ଅତୀତ ପାଞ୍ଚୁଥିଲେ ହିତ

ଅଧାବାଟେ ଗଲେ ଛାଡି


ଗପ ତଅପୋଇ ତା'ର ସାତ ଭାଇ

ସେ ଭାରି ଗେଲ ବସରୀ,

ଆସି ମର୍ତ୍ତ୍ୟ ଧାମ ରଖିଗଲେ ନାମ

ସେ ସ୍ବର୍ଗର ଅପସରୀ


ଅଧା ଚାନ୍ଦେ ମାତା ପୁରା ଚାନ୍ଦେ ପିତା

ଚାଲିଗଲେ ଆରପାରି,

ଭାଉଜ ସାତଟି ଦୁଃଖ ଯେ ଦେଲେଟି

ସାଜିଲେ ତା'ର ବଇରୀ


ଏମିତି ଅନେକ ଗଳ୍ପ ପୌରାଣିକ

କହୁଥିଲେ ସଞ୍ଜ ବେଳେ,

ଏବେତ ଜୀବନ ଜଞ୍ଜାଳ ରେ ପୂର୍ଣ୍ଣ

ସ୍ମୃତି ଅଛି ଛାତି ତଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract