Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRIYANKA SAHOO

Others

3  

PRIYANKA SAHOO

Others

କାକରା ପିଠାର ବୃତ୍ତାନ୍ତ

କାକରା ପିଠାର ବୃତ୍ତାନ୍ତ

1 min
353


ଆହାକି ସୁଆଦ ମୋର ପ୍ରିୟ ଖାଦ୍ୟ

କାକରା ପିଠାଟି ଜାଣ,

ଥରେ ଦେଲେ ଖାଇ ମନ ନିଏ ମୋହି

ତିଆରି ବିଧି ଯେ ଶୁଣ ।


ଧୋଇଧାଇ କରି ଯତନରେ ଭାରି

ଅରୁଆ ଚାଉଳ ଚୁନା,

ଭାଗ ମାପ କରି ଚିନି ଦେଇ ଭରି

ସାଥିରେ ନଡ଼ିଆ ଛେନା ।


ପାଣିକୁ ଫୁଟାଇ ଚୁନାକୁ ଗୋଳାଇ

ସୋଦୁଅ ତିଆରି କଲି,

ଥଣ୍ଡା ହେଲା ପରେ ପୁରକୁ ସେଥିରେ

ଭରି ପିଠା ଗଢି ଦେଲି ।


କଡେଇ ତତେଇ ତେଲ ଢାଳି ଦେଇ

ପିଠାକୁ ଛାଡିଲି ତହିଁ,

ନାଲି ନାଲି ହେଲା ସୁନ୍ଦର ଦିଶିଲା

ଖୁସିରେ ହସିଲି ମୁହିଁ ।


ଛାଣିକି ରଖିଲି ଚାଖିକି ଦେଖିଲି

ପାଟିରୁ ବହିଲା ଲାଳ,

କହିଥିଲେ ମିତ ଆସିବେ ବୋଲି ତ

ଉଛୁର ହୋଇଲା ବେଳ ।


ଫୋନ୍ କରି ଡାକି ରହିଲି ଚାହିଁକି

ଆସିଲେ ସେ ମୃଦୁ ହସି,

ପାଖେ ଗଲେ ବସି ଦେଲି ମୁଁ ପରଶି

ଦୁହେଁ ତ ଖାଇଲୁ ମିଶି ।



Rate this content
Log in