STORYMIRROR

PRIYANKA SAHOO

Classics

2  

PRIYANKA SAHOO

Classics

ସପନ

ସପନ

1 min
339

ସବୁ ସପନ ତ ସତ ହୁଏ ନାହିଁ

ଦେଇଯାଏ କିଛି ବ୍ୟଥା,

କଳ୍ପନା କୁ କିଏ ପାରିଛି କି ଛୁଇଁ

ଦୁଃଖ ହିଁ ମିଳେ ଅଯଥା


ବାସ୍ତବିକତାର ବାସ୍ତବ ବେଶରେ 

ବିଶ୍ୱାସ ସାଉଁଟୁ ଥାଏ,

ସେର ତ ପୂରେନା ମାଣ ବି ପୂରେନା

ଖାଲି ହାତେ ଫେରି ଯାଏ


କିଛି ସପନ ରହିଯାଏ ଅଦେଖା

ଆଖି ତ ପାରେନା ଦେଖି,

ଛଳନା ର ନିଆଁରେ ହୃଦୟ ଜଳେ

କେହି ନାହିଁ ଏଠି ସାକ୍ଷୀ


ରାତିର ଅନ୍ଧାରେ ଖରାପ ସପନ

ସକାଳୁ ଉଭେଇ ଯାଏ,

ଖୋଲା ଆଖିରେ ଥାଏ ଯେତେ ସପନ

ହାତ ଠାରି ଡାକୁଥାଏ


ବେଳେବେଳେ ଅବୁଝା ହୃଦୟ ଖୋଜେ

ସପନ ଦେଖିବ ନିତି,

ଏମିତି ସପନ ଆସେ ଜୀବନରେ

ଆଶା ହୋଇଯାଏ ଇତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics