ମୁଁ ବି ଅନୁପ୍ରେରିତ
ମୁଁ ବି ଅନୁପ୍ରେରିତ
1 min
194
ପରିଚିତ ଜଣେ ଲେଖୁଥିଲେ ଦିନେ
ମୋ ପାଖେ, କବିତା ବସି,
ଆହା କି ସୁନ୍ଦର ଶବ୍ଦ ଯେ ତାଙ୍କର
ପଢୁଥିଲି ମୁହିଁ ହସି ।
ଛନ୍ଦ ଅଳଙ୍କାର ରଖି ଭରପୁର
ଗଢୁଥିଲେ ସେ ଉପଧା,
ନିୟମ କୁ ଭରି ଦେଖି ମିତ୍ରାକ୍ଷରୀ
ବଢିଲା ମୋ ଶରଧା ।
ଭାବିଲା ମୋ ମନ ଧରିବି କଲମ
ମୁଁ ବି ହେବି କବୟିତ୍ରୀ,
ପଢିଲି ନିରେଖି ତାଙ୍କ ଠାରୁ ଶିଖି
ହେଇଗଲି ମୁହିଁ ଛାତ୍ରୀ ।
ଭାବନାରେ ହଜି ପ୍ରେରଣାରେ ମଜ୍ଜି
ଗଢେ କବିତା ମନ୍ଦିର,
ଗୁରୁ ମୋ ଦେବତା ସିଏ ଜ୍ଞାନ ଦାତା
ତୋଳିଲି ଶବ୍ଦ ମହ୍ଳାର ।