ଅଙ୍ଗେ ନିଭା କଥା
ଅଙ୍ଗେ ନିଭା କଥା
ରକ୍ଷଣଶୀଳ ପରିବାରେ ଜନମି
ସହିଛି କେତେ ଯାତନା,
ଲୁହ ଲହୁ ଭରା ମୋର ପିଲାଦିନ
ଅକୁହା ସେଇ ବେଦନା ।
ଦେଖି ନାହିଁ କେବେ ବାପାଙ୍କର ମୁଖ
ସ୍ନେହ ତ ସାତ ସପନ,
ଲଢେଇ କରି ମୁଁ ବଞ୍ଚିବା ଶିଖିଛି
କେବେ ହାରି ନାହିଁ ମନ ।
ବଡ଼ ହେଲା ପରେ ବଢିଲା ସମସ୍ୟା
ସାମ୍ନା କଲି ପ୍ରତିବାଦ,
ଡୋରି ବାନ୍ଧି ନି ପୁସ୍ତକେ ମୋର,ମନ
ଆଗେଇବି ଦୁଇ ପାଦ ।
କଷ୍ଟକରି ପଢିଥିଲି ବୋଲି ପାଠ
ଆଜି ହେଲି ମୁଁ ସମର୍ଥ,
ମୁଣ୍ଡ ଟେକି ବାଟ ଚାଲୁଛି ଗାଁ ଦାଣ୍ଡେ
କହିବେନି ଅପଦାର୍ଥ ।