STORYMIRROR

PRIYANKA SAHOO

Abstract

2  

PRIYANKA SAHOO

Abstract

ବନ୍ଧୁ

ବନ୍ଧୁ

1 min
329

ଦିନେ ମୁଁ ଅନ୍ଧାରେ କୋହ ହୃଦ ଭରେ

ବସିଥିଲି ମନ ମାରି,

କହିଲେ ମୋ ବନ୍ଧୁ କିପାଇଁ ତୁ କାନ୍ଦୁ

ଜୀବନଟା ଏହିପରି


କେବେ ଥାଏ ହସ କେବେ ତ ବିରସ

ସୁଖ ଦୁଃଖ ର ମିଶ୍ରଣ,

ଦଇବ ର ଦାନ ହେବ ନାହିଁ ଆନ

ଖୁସିରେ କର ଗ୍ରହଣ


ତାଙ୍କ ମୁଖ ଚାହିଁ କହିଦେଲି ମୁହିଁ

ଆପଣାର କେହି ନାହିଁ,

କହିବା କୁ ଖୋଲି ମନ କଥା ଖାଲି

ପରାଣ ସାଥୀ ମୋ କାହିଁ


ଦେଲେ ଉପଦେଶ ସବୁଠୁ ସରସ

ଭାବନାରେ ଯାଅ ହଜି,

ଯାହା ଆସେ ମନେ ଲେଖି ଦିଅ ପ୍ରେମେ

ସେ ଖୁସିରେ ଯାଅ ମଜ୍ଜି


ବିତି ଯାଏ ରାତି ସେଇ ମୋର ସାଥୀ

ଲେଖେ ଜୀବନର କଥା,

ପଢିଦେଲେ ବସି ଲାଗେ ଭାରି ଖୁସି

ତା' ପରିଚୟ କବିତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract