ଭୁଲ ବୁଝିବେନି
ଭୁଲ ବୁଝିବେନି
ଲେଖନୀ,
ତତେ ମୋର ଅନୁରୋଧ,
ଅସ୍ତ୍ର ଟିଏ ହେଇଯା ।
ସୃଜନୀ ସମୃଦ୍ଧ ହେଉ
ଭାଇଚାରା ପ୍ରିତୀ ବନ୍ଧନେ
ପାପକୁ ଡର ଥାଉ ଏଇ ଜନମରେ
ନିଜ ଦୁଃଖ କଷ୍ଟର ଅନୁଭବ
ଅନ୍ୟ ଭିତରେ ।
ଶାସକ ଓ ଶାସିତର ସମ୍ପର୍କ ନଥାଉ
ସ୍ୱାର୍ଥପରତାରେ
ପାଣିଫୋଟକା ପରି ଏ ମଣିଷ ଜୀବନ
ଜୀଇ ଯିବ ହୁଏତ କିଛିଦିନ
ଶିକ୍ଷକ ଓ ଛାତ୍ର ସମ୍ପର୍କରେ,
ଅବା ଗୁରୁଜନଙ୍କ ପରାମର୍ଶ
ଉତ୍ତୋରତ୍ତର ପିଢିଙ୍କ ଭିତରେ ।
ସବୁ ଅଳୀକ,
ସେଇ ଭଗବାନ, ଆଲ୍ହା, ଯୀଶୁ, ନାନକ, ବୁଦ୍ଧ,
ଯାହା କହିଯାଇଛନ୍ତି ସ୍ପର୍ଶକାତରତା ମଧ୍ୟରେ,
ଚିନ୍ତା କରିବାପାଇଁ ମୁହୁର୍ତ୍ତଟିଏ ମାତ୍ର ଲୋଡ଼ା
ଏ ଜୀବନ କାଳରେ ।