STORYMIRROR

ଉମା ଶଙ୍କର ମାଝୀ

Inspirational

3  

ଉମା ଶଙ୍କର ମାଝୀ

Inspirational

ବନ୍ଧୁତା

ବନ୍ଧୁତା

1 min
227

ତଥାପି କାହିଁକି     ବିଶ୍ୱାସ ନ କରେ 

    ବନ୍ଧୁ ଥିଲେ ଯେ ନିଜର 

ବନ୍ଧୁତ୍ୱ ର ପରି-   ଭାଷା ଭୁଲିଯାଏ

    ହୋଇଗଲେ ସ୍ୱାର୍ଥପର l 


ହୀରା ଛାଡ଼ି ଯିଏ ଶିଳାକୁ ବାଛଇ

   ସେମିତି ଯାର ପ୍ରକୃତି 

ସେମିତି ବନ୍ଧୁତ୍ୱ ଭୁଲି  ଯାଇଥାଏ 

   ହୋଇଗଲେ ଲୋଭମତି l


ଉତ୍ତମ ବନ୍ଧୁର  ଜଣାପଡେ ଗୁଣ

   ବିପଦରେ ବନ୍ଧୁ ଥିଲେ 

ପାଖେ ଥାଇ ସିଏ ଦିଏ ମନୋବଳ

   ଚିନ୍ତା ନାହିଁ ତିଳେ ହେଲେ l


  ଭାଗ୍ୟ ଥିଲେ ମିଳେ ଉତ୍ତମ ବନ୍ଧୁତା

    ସମ ମନୋଭାବ ନେଇ 

  ପରିସ୍ଥିତି ହେଉ  ଯେମିତି ବି ପରି

     ବନ୍ଧୁ ଥିଲେ ଡର କାହିଁ ?


  ଉତ୍ତମ ବନ୍ଧୁଟି  ଥିଲେ ସନ୍ନିକଟେ

     ମିଶେଇ ପାଦକୁ ପାଦ

  ଆଗେ ବଢ଼ିଯିବ ଯେତେ ଝଡଝଞ୍ଜା 

     ଆସୁ ଯେମିତି ବିପଦ l 


  ଉତ୍ତମ ବନ୍ଧୁଟି  ବନ୍ଧୁ ପାଇଁ ସଦା

     କରିଥାଏ କେତେ ତ୍ୟାଗ

  ବନ୍ଧୁତ୍ୱର ସଂଜ୍ଞା ସିଏ ଏକା ଜାଣେ

      ବନ୍ଧୁ ପାଇଁ ଯିଏ ଯୋଗ୍ୟ l 


 


Rate this content
Log in

Similar oriya poem from Inspirational