Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Inspirational Children

3  

ଉମା ଶଙ୍କର ମାଝୀ

Inspirational Children

ଶୀତ

ଶୀତ

1 min
225



ଜାଣିଛ କି ପିଲେ ଗୋଟିଏ ବରଷେ

    ଛଅ ଋତୁ ହୋଇଥାଏ

ଗ୍ରୀଷ୍ମ ବର୍ଷା ଋତୁ  ଶରତ ହେମନ୍ତ

   ଶୀତ ଓ ବସନ୍ତ ହୁଏ l 1 I


ପୌଷମାଘ ଦୁଇ ଶୀତ ମାସ କହି

   ଏ କଥାକୁ ମନେ ରଖ

ଶୀତ ଦିନେ ପିଲେ ସକାଳୁ ସକାଳୁ

   ବ୍ୟାୟାମକୁ ଜାରିରଖ l 2 I 


ଶୀତର ଦାୟରୁ ରକ୍ଷା ପାଇଁ ଲୋକେ

    କମ୍ବଳ ଚାଦର ନେଇ

ଘୋଡ଼ି ହୋଇ କିଏ ଶୋଇଥାନ୍ତି ଘରେ

   ନିଆଁ ପାଖେ ବସେ କେହି l 3 I


କୁହୁଡ଼ି ଘେରରେ ଚାରିଦିଗ ସତେ

    ଲାଗଇ କି ଅନ୍ଧକାର

ଘାସରେ ପଡଇ କାକରର ବିନ୍ଦୁ

    ଦିଶଇ କି ମନୋହର l 4 I


ହୁକୁହୋ ହୁକୁହୋ ରାତିରେ ବିଲୁଆ

   ଶବଦ ବଣରୁ ଶୁଭେ

ରଙ୍ଗବିରଙ୍ଗର ଚଢେଇ କୂଜନ

    ଶୁଣିବାକୁ ଭଲ ଲାଗେ l 5 I


ଚାଷୀର ଖାତିରି  ନଥାଏ ଶୀତକୁ

     ସକାଳୁ ଉଠି ସତ୍ୱର

 କାମ କରିବାକୁ  ଚାଷଜମି ପାଖେ

      ହୁଅଇ ଶୀଘ୍ର ହାଜର l 6 I


ତୁଳସୀ ଚଉରା ନିକଟରେ ମାଆ

    ସକାଳୁ କରନ୍ତି ପୂଜା

 ମନ୍ଦିର ଭିତରୁ   ଘଣ୍ଟର ଶବଦ

   ମନ୍ଦିରେ ଉଡ଼ଇ ଧ୍ୱଜା l 7 I


ରଙ୍ଗ ବେରଙ୍ଗର ଶୀତଲୁଗା ପିନ୍ଧି

   କେତେ ଲୋକ ବାହାରନ୍ତି

ରେଜେଇ କମ୍ବଳ  ଅଭାବୁ ଗରିବ

  ଲୋକେ ଶୀତେ କଷ୍ଟ ପାନ୍ତି l 8 I


  ଶୀତରେ ଦିବସ ହୁଅଇଟି ସାନ

      ହୁଅଇ ବଡ଼ ରଜନୀ 

  ହଳଦୀ ରଙ୍ଗର ପାଚିଲା ଧାନକୁ

    ଦେଖି ଖୁସି ଲାଗେ ପୁଣି l 9 I


   ଟମାଟୋ ଗାଜର ମୂଳା ବନ୍ଧାକୋବି

      କାକୁଡ଼ି ଓ ବାଇଗଣ

   ଶୀତଦିନେ ସବୁ  ବାଡ଼ି ବଗିଚାରେ

      ଏହା ମିଳିଥାଏ ଜାଣ l 10 I


    ଫୁଲ ବଗିଚାରେ ଦେଖିବାକୁ ମିଳେ

       ଗେଣ୍ଡୁ ସୂର୍ଯ୍ୟମୁଖୀ ଫୁଲ

     ସୁଗନ୍ଧରେ ସତେ ଧରା ଉପବନ

        ଚହଟଇ ସର୍ବସ୍ଥଳ l 11 I


     ସରସ୍ୱତୀ ପୂଜା  ମକର ସଂକ୍ରାନ୍ତି

         ଶାମ୍ବ ଦଶମୀର ପର୍ବ

      ଅଗ୍ନିର ଉତ୍ସବ ଧନୁ ସଂକ୍ରାନ୍ତିର

         ପାଳନ ଆମରି ଗର୍ବ l 12 I


      ଶୀତ ଦିନେ ଆହା  ବଣଭୋଜି ସହ 

          ପରିଭ୍ରମଣ ର ମଜା

      ସରିଯିବା ପରେ   ବିଦାୟ ଶୀତକୁ

          ପ୍ରବେଶ ଋତୁଙ୍କ ରାଜା l 13 I


     ହେମନ୍ତ ଋତୁ ର  ସହଚରୀ ଶୀତ

         କହନ୍ତି ଶୀତ ମାଉସୀ

     ଉତ୍ତରା ହେମାଳ ପବନ କୁ ଧରି

        ପାଦ ଥାପେ ନେଇ ଖୁସୀ I 14 I


      ଶୁଣ ପିଲାମାନେ  ଶୀତଋତୁ ବେଳେ

          ହେବା ନାହିଁ ଅଳସୁଆ

       ନିଜ କାମ ଯଦି   କରିଚାଲୁଥିବା

          ସଫଳ ନିଶ୍ଚୟ ଥୁଆ l 15 I



Rate this content
Log in

Similar oriya poem from Inspirational