Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଆମେ ହିନ୍ଦୁସ୍ଥାନୀ

ଆମେ ହିନ୍ଦୁସ୍ଥାନୀ

1 min
5



ଆମେ ହିନ୍ଦୁସ୍ଥାନୀ ଭାରି ସ୍ବାଭିମାନୀ

ଆର୍ଯ୍ୟ ସଂସ୍କୃତି ପରମ୍ପରାରେ

ବେଦ, ଗୀତା, ଶାସ୍ତ୍ର, ଶ୍ରୀମଦ୍ଭାଗବତ

ପୁରାଣାଦି ମନ୍ତ୍ର ତୋଳି ଅନ୍ତରେ ।


ଭାରତ ଭୁଇଁରେ ପ୍ରେମ ଫୁଆରାରେ

ଶାନ୍ତି, ମୈତ୍ରୀର ସୁର ଝଂକାରେ

ନିନାଦିତ କରୁ ସକଳ ଅନ୍ତର

ଧର୍ମ ଅଧର୍ମର ବୋଧ ବିଚାରେ ।


ଅତିଥିଙ୍କୁ ମଣୁ ଦେବତା ସମାନ

ବର୍ଣ୍ଣ ବିବିଧତା ନରଖୁ କେହି

ସବୁ ଜାତି ଏକ ମାନବ ଜାତିଟି

ଭଲ ପାଇବାର ସ୍ରୋତ ବୁହାଇ ।


ଏକତା ମନ୍ତ୍ରରେ ଦୀକ୍ଷିତ ସରବେ

ଆମେ ଭାରତର କୋଟି ସନ୍ତାନ

ଦେଶ ମାତୃକାର ପ୍ରଗତି ପଥରେ

ପର୍ବତ, କାନନ, ଗିରି ଲଙ୍ଘନ ।


ସମର୍ପିତ ଭାବ ମାଖୁ ହୃଦୟରେ

ଦେଶ ଜନନୀର ସୁରକ୍ଷା ପାଇଁ

ଜିତି ଅରାତିଙ୍କୁ ବଜାଉ ଦୁନ୍ଦୁଭି

ପଛଘୁଞ୍ଚା ବୀର ଜାତକେ ନାହିଁ ।


ଉଦ୍ଦାମ କଣ୍ଠରେ କରୁ ପ୍ରକମ୍ପିତ 

ବିଜୟ ଧ୍ବନିରେ ମାତାର କୋଳ

ଆମେ ତା' ବୁକୁର ଯୋଗ୍ୟ ସନ୍ତାନ

ମୁଖରେ ଓଁକାର ଆମର ବଳ ।




Rate this content
Log in

Similar oriya poem from Inspirational