STORYMIRROR

Ananga Patel

Inspirational

3  

Ananga Patel

Inspirational

ଲୋ ସଞ୍ଜ ଆଳତୀ

ଲୋ ସଞ୍ଜ ଆଳତୀ

1 min
10


ଲୋ ସଞ୍ଜ ଆଳତୀ,

ସଞ୍ଜ ନଇଁଲା ପରେ,

ପୁଣ୍ୟ ଶଙ୍ଖ ଧ୍ବନି ଶୁଭିଲା ପରେ,

କୂଳ ଭୁଆସୁଣୀ ଓଢଣା ଟେକି,

ପାଦରେ ଅଳତା ଦେଇ ମଥାରେ ସିନ୍ଦୁର ନାଇ,

ତୁଳସୀ ଚଉଁରା ମୂଳେ ଘିଅ ଦୀପ,

ଜାଳୁଥିଲା ସେ ଯେ ନିତି,

ଲୋ ସଞ୍ଜ ଆଳତୀ l


ଖୋଜୁଛି ମୁଁ ନିତି,

ଦେଖେ ଚାରିକତି,

ଆଜିବି ସଞ୍ଜ ନଇଁଛି,

ଆଜିବି ଶୁଭୁଛି ପୂଣ୍ଯ ଶଙ୍ଖ ଧ୍ବନି,

ଆଜିବି ଅଛନ୍ତି କୂଳ ଭୁଆସୁଣୀ,

ସବୁକିଛି ତ ଅଛି,

ହେଲେ ନାହିଁ ତ ଘିଅ ଦୀପ,

ହେଲେ ଲୋ ସଞ୍ଜ ଆଳତୀ,

ତୁଳସୀ ଚଉଁରା ମୂଳେ,

ତୋ ଜାଗାରେ ଜଳୁଛି,

ମିଞି ମିଞି ହୋଇ ବିଜୁଳି ବତୀ,

ଲୋ ସଞ୍ଜ ଆଳତୀ l


ଆଜିବି ଅଛି ଏହି ସଂସାର,

ଈଶ୍ୱରଙ୍କ ଶ୍ରେଷ୍ଠ ସୃଷ୍ଟି ମଣିଷ,

ଆଜିବି ଆସୁଛନ୍ତି ଯୁଗକୁ ଯୁଗ,

ପୁଣ୍ୟାତ୍ମା ମାର୍ଗଦର୍ଶକ,ଅବତାର

 ଦେଇ ଯାଉଛନ୍ତି ଦିବ୍ୟ ଗ୍ରନ୍ଥ,

ଯେଉଁଥିରୁ ନିର୍ମାଣ ହୁଏ ମାନବ ଚରିତ୍ର,

ସ୍ଥାପନ କରିବାକୁ ମଣିଷ ମଣିଷ ମଧ୍ୟରେ,

ସ୍ନେହ, ଶାନ୍ତି, ମୈତ୍ରୀ, ପ୍ରୀତି ସମ୍ପର୍କର,

ହେଲେ ଏସବୁ ସପ୍ନ,

ଲାଗେ ମରୁଭୂମିରେ ନୀର,

ଅନ୍ୱେଷଣ ପରାଏ,

ଚାରିଆଡେ କେବଳ ବିନାଶର ଦୃଶ୍ୟ,

ଚାଲିଛି କେବଳ ଜଙ୍ଗଲୀ ସଭ୍ୟତା,

କୁଆଡେ ଗଲେ ସେ ମଣିଷ,

 ଯିଏ କି ମାତୃ ଗର୍ଭେ ଥାଇ,

ନେଉ ଥିଲା ପ୍ରଭୁ ନାମ,

ନେଇଥିଲା ଶପଥ କରିବାକୁ,

ଶାନ୍ତି, ମୈତ୍ରୀ ଓ ଏକତା ସ୍ଥାପନ,

ମାନିବ ପ୍ରଭୁଙ୍କ ବିଧାନ,

ନେଉଥିବ ସର୍ବଦା ପ୍ରଭୁଙ୍କର ନାମ,

ଏସବୁ ଲାଗଇ ସପନ,

ଲୋ ସଞ୍ଜ ଆଳତୀ,

ମଣିଷର କାହିଁକି ଏ ଦୁର୍ଗତି ?


ଲୋ ସଞ୍ଜ ଆଳତୀ 

କହିକି ପାରିବୁ ତୁହିଁ 

କାଚ କି ସରି ହେବ କାଞ୍ଚନର 

ତୈଳ ଦୀପ ଆଗେ ମହମ ବତୀର 

ଟିକିଲି କି ସ୍ଥାନ ନେବ ସିନ୍ଦୂରର 

ବେଙ୍ଗି ପିତ୍ତଳ କି ହେବ ସମ ସୁବର୍ଣ୍ଣର,

ଶାଶୁ କି ହୋଇ ପାରିବ ଜନନୀ,

ବାରନାରୀ କି ହୋଇ ପାରିବ କାହାରି ପତ୍ନୀ,

ଲୋ ସଞ୍ଜ ଆଳତୀ 

କହିକି ପାରିବୁ ତୁହିଁ,

କାରଣ,ଏହି ପରିବର୍ତ୍ତନର ‍?



Rate this content
Log in

Similar oriya poem from Inspirational