ସ୍ବାଭିମାନ
ସ୍ବାଭିମାନ
ମନ ଆଭୂଷଣ ପରା ସ୍ବାଭିମାନ
ସଜାଇବାରେ ଯା' ଧ୍ୟାନ
ଯେତେ ଜଟିଳତା ଉପୁଜିଲେ ମଥା
କରି ନ ପାରଇ ଛିନ୍ନ
ସେଥୁ ମଣିଷପଣ
ସୂଚାଇ ଦିଅଇ କେତେ ଯେ ଗଭୀର
ଏକରୁ ଆରେକ କାନ
ଯାହା ସବୁବେଳେ ସମିଚୀନ ।
ତୋଷାମୋଦି ତା'ର କଳ୍ପନାଠୁ ଦୂର
ସ୍ବାଭିମାନେ ସଦା ମତି
ତାକୁ ଭାବି ବଡ଼ ଜିଣି ପାରେ ଗଡ଼
ଯେହେତୁ ଶ୍ରେଷ୍ଠ ସମ୍ପତ୍ତି
ମନେ ନଥାଏ ଭୀତି
ଯିଏ ଯାହା କହୁ ଯାଏ ଆସେ କେତେ
କିଆଁ ଲଭିବ ଅକୀର୍ତ୍ତି
ହୁଡ଼ି ନିଜ ପଥର ସୁଗତି ।
ଇଚ୍ଛା ବିରୁଦ୍ଧରେ ବାଧ୍ୟବାଧକରେ
କଲେ ସ୍ବାଭିମାନ ଭଙ୍ଗ
ସତେ କି ଲାଗଇ ନୁହେଁ ସିଏ ଦେହୀ
ନିଚ୍ଛିନ୍ନ ହେଲା କି ଅଙ୍ଗ
ସେଥିପାଇଁ ରେ ମନ
ଯେକୋୖଣସି ପରିସ୍ଥିତି ବି ପହଞ୍ଚୁ
ହୋଇ ସଦା ସଚେତନ
କେବେ ତେଜ ନାହିଁ ସ୍ବାଭିମାନ ।
ଦେଖିବ ଜୀବନ ସୁଧା ଆସ୍ବାଦନ
କରୁଥିବ ନିତିଦିନ
ବଢ଼ି ଉଜ୍ଜ୍ବଳତା ତୁମର କ୍ଷମତା
ଆନେ ଆଲୋକ ପ୍ରଦାନ
ଜିତି ଜଣକୁ ଜଣ
ତୁମ ଆଦରଶ କାହାଠି ଆଶିଷ
ଢାଳୁଥିବ ପ୍ରତିକ୍ଷଣ
ଏତ ସ୍ବାଭିମାନଟିର ଗୁଣ ।