STORYMIRROR

Puspanjali Panda

Inspirational

3  

Puspanjali Panda

Inspirational

ଆହେ ଗୁରୁ

ଆହେ ଗୁରୁ

1 min
205

ଆହେ ଗୁରୁବର ସାକ୍ଷାତ ଈଶ୍ବର

ସତ୍ୟ ପଥେ ନିଅ ଧରି

ଅଞାନ ଅନ୍ଧାର ଲାଗେ ଭାରି ଡ଼ର

ତୁମେ କାଟିଦିଅ ଅମା ଅରି।।

ଆଦ୍ୟ ଗୁରୁ ପିତା ମାତା ଯେ ମୋହରି

ଦୀକ୍ଷା , ଶିକ୍ଷା ଗୁରୁ ମମ

ବ୍ରହ୍ମା ବିଷ୍ଣୁ ଶିବ ଭୂଵନେ ତ୍ରିଦେବ

 ସର୍ବାଗ୍ରେ ତୁମରି ନାମ।।

ଞାନର ଆଲୋକେ ଉଦ୍ଭାସିତ କର

ଅନ୍ତର ଅଞାନ ଯେତେ

ଅଖିଳ ନିଖିଳ ସଦା କାଳକାଳ

ଶୁଭାଶୀଷ ଦିଅ ମତେ।।

ଅନାଦି ଅନନ୍ତ ହେ ଗୁରୁବର

ସକଳ ପ୍ରାପ୍ତିର ସ୍ରୋତ

ଦିବ୍ୟ ହେଉ ଏହି ଅଧମ ଜୀବନ

କରେ କୋଟି ପ୍ରଣିପାତ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational