STORYMIRROR

Parbati Panda

Inspirational

3  

Parbati Panda

Inspirational

ଆତ୍ମସମୀକ୍ଷା

ଆତ୍ମସମୀକ୍ଷା

1 min
247

ଯୌବନର ସ୍ୱପ୍ନ ଅଟ୍ଟାଳିକାମାନ 

ଧୂଳିସାତ ହେବା ଅଶୁଭ ଲଗ୍ନରେ...

ଯେବେ ବିଶ୍ଳେଷଣ କଲି 

ମୋ କୃତ୍ୟ ଅକୃତ୍ୟର 

କାର୍ଯ୍ୟଫର୍ଦ୍ଦକୁ...

ଗୌରବମୟ ଅତୀତ ଲାଗୁଥିଲା ମୋତେ 

କଳଙ୍କିତ ଇତିହାସ ପରି ।

ଅର୍ଥ ବଳେ ଲଭିଥିବା ପଦବୀ ପ୍ରଭାବେ 

କେତେ ଲାଞ୍ଚ...

କେତେ ପ୍ରବଞ୍ଚନା 

କେତେ ନାରୀଙ୍କୁ ଭାବିଥିଲି ମୋ ହାତ ଖେଳନା ।।

କେତେ ପାପ କରିଥିଲା ଏହି ହାତ 

ସବୁ ଦେଖିଥିବା ନେତ୍ର 

ଧନର ମଦରେ ସତେ ଥିଲା ଅନ୍ଧିଭୂତ!!!

ପ୍ରଶଂସାରେ ପୋତୁଥିବା ମୁଗ୍ଧ ପ୍ରଶଂସକଗଣ 

ଜୟଗାନ କରି ଉପହାର ସାଉଁଟୁଥିବା 

 ତୋଷମୋଦକାରୀଙ୍କ କଣ୍ଠରୁ 

 ଶୁଭୁଥିଲା କୁତ୍ସିତ ଭର୍ତ୍ସନା ;

ଦୃଶ୍ୟ ହେଲା 

 ଆଢୁଆଳେ ରହି 

ମୋ ବିରୁଦ୍ଧେ ଚାଲିଥିଲା ଯୁଦ୍ଧର ମନ୍ତ୍ରଣା ।।

    ବିବେକର ସୂକ୍ଷ୍ମକଣିକାକୁ ସଂସ୍ଥାପିତ କରି 

        ମନ ମୁକୁରରେ ....

      ଯେବେ ଚାହିଁଲି ନିରେଖି 

      ନିର୍ଯାତିତଙ୍କ ଆଖିର 

      ବୁନ୍ଦା ବୁନ୍ଦା ରକ୍ତ ଦେଖି 

      ପଡ଼ିଲି ଚମକି 

      ସ୍ତବ୍ଧ ହେଲି 

   ଅଗ୍ନିବର୍ଷି ଅଭିଶାପ ଶଦ୍ଦେ... ।।

          ସବୁ ପାପର ପ୍ରାୟଶ୍ଚିତ ଆଶେ 

          ଯେବେ ଧାଇଁଲି ମୁଁ 

         ଉର୍ଦ୍ଧ୍ୱଶ୍ୱାସ ହୋଇ 

        ହସ୍ତ ପଦ ବନ୍ଦୀ ଥିଲା 

      ସିବିଆଇ ଲୌହ ଜଞ୍ଜିରରେ ...

        ଫଟୋ ମୋର ବୁଲୁଥିଲା 

         ସହରରୁ ଗାଆଁ 

        ଟିଭି ପରଦାରେ ।

      ଅର୍ଜିତ ବନ୍ଧୁ ଓ ଆତ୍ମୀୟ ସ୍ୱଜନ

       ଛତ୍ରଭଙ୍ଗ ଦେଇ 

      ଅପରିଚିତ ମୁଦ୍ରାରେ ।।

    

     ପରିତ୍ୟକ୍ତ ହୋଇ ଗ୍ରାମ ଭୂମିରେ 

          ପଡ଼ିଥିବା ବୃଦ୍ଧ 

       ପିତା, ମାତା ଓ ଅସୁନ୍ଦରୀ ସ୍ତ୍ରୀ 

         ମୁକ୍ତି ପାଇଁ ମୋର 

       ଜେଲ୍ ଅଧିକାରୀଙ୍କ 

        ହାତ ଗୋଡ ଧରି 

      କରୁଥିଲେ ଆକୁଳ ପ୍ରାର୍ଥନା ; 

      କାହିଁ ଏତେ ବର୍ଷ ପରେ 

      ମୋ ପାଷାଣ ହୃଦୟେ 

        ଶୁଭୁ ଅଛି 

       ସ୍ନେହ ଓ ପ୍ରେମର 

        ମଧୁର ମୂର୍ଚ୍ଛନା !!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational