STORYMIRROR

Saroj Kumar Ojha

Inspirational

3  

Saroj Kumar Ojha

Inspirational

ବିବିଧା ବେଶେ ଶ୍ରୀ ଜଗନ୍ନାଥ

ବିବିଧା ବେଶେ ଶ୍ରୀ ଜଗନ୍ନାଥ

1 min
210

 ବିଶ୍ୱେ ପ୍ରସିଦ୍ଧ ଅଟନ୍ତି ଜଗତର ନାଥ ଵିବିଧା 

ଵେଶେ ଖ୍ୟାତ ଶ୍ରୀ ଜଗନ୍ନାଥ ।।


ଚବିଶି ବେଶ ଧରନ୍ତି ଶ୍ରୀକ୍ଷେ6ତ୍ର

ତହିଁରୁ ଦ୍ଵିବେଶ ସମ୍ପନ୍ନ ହୁଅନ୍ତି ବିରଳ ମୁହୂର୍ତ୍ତେ ।।


ବେଶ ରଘୁନାଥ ନାଗାର୍ଜୁନ ଦୁଇ

ସମ୍ପନ୍ନ ହୁଅନ୍ତି ସ୍ୱତନ୍ତ୍ରତା ପାଇ ।।


 ନିତି ପ୍ରଭାତେ ଅବକାଶ ବେଶ ପ୍ରଭୁ ଧରନ୍ତି

ମଙ୍ଗଳ ଆଳତି ମଇଲମ ଶେ6ଷ ଶୋଭା ପାଆନ୍ତି ।।


ବଡ଼ ସିଂହାର ବେଶ ଅତି ପ୍ରାଚୀନ        

ନାନାଦି ପୁଷ୍ପାଳଙ୍କାରେ ବିରାଜିତ ଭଗବାନ ।।


 ଶ୍ରୀ ଜୀଉଙ୍କର ମନମୁଗ୍ଧ ବେଶ ଅଟଇ ସୁନାବେଶ

ନାନାଦି ଅଳଙ୍କାରେ ସଜ୍ଜିତ ହୁଅନ୍ତି ପ୍ରତିବର୍ଷ ।।


ପଦ୍ମ ବେଶ ଅଟେ ଭାବ ମୂଳକ

ଗଜ ଉଦ୍ଧାରଣ ରଘୁନାଥ ବେଶ ଏପରି ଅନେକ ।।


ଚନ୍ଦନଲାଗି ଘୋଡଲାଗି ଗଜାନନ ବେଶ

ନବାଙ୍କ ବେଶ, ବନଭୋଜି ବେଶ ହୋନ୍ତି ଅବଶ୍ୟ ।।


ବେଶ ମଧ୍ୟେ କାଳୀୟଦଳନ ପ୍ରଳମ୍ବାସୁର ବଧ

କୃଷ୍ଣ ବଳରାମ ବେଶରେ ପ୍ରଭୁ ଅଟନ୍ତି ସିଦ୍ଧ ।।


ରାଧା ଦାମୋଦର, ଲକ୍ଷ୍ମୀନାରାୟଣ

ତହିଁରୁ ବାଙ୍କଚୂଡ଼ା, ତ୍ରିବିକ୍ରମ ଜାଣ ।।


ଡାଳିକିଆ,ନାଗାର୍ଜୁନ ପ୍ରସିଦ୍ଧ ଯେ ବେଶ

ରାଜରାଜେଶ୍ଵର ବାମନ ବେଶେ ନୋହିବ ଶେଷ ।।


ଶ୍ରାଦ୍ଧ ବେଶ,ଚାଚେରୀ ବେଶ, ନବଯୌବନ ବେଶ

ସନ୍ଧ୍ୟା ବେଶ, ତଡ଼ପଉପରି, ଟାହିଆଲାଗି ବେଶ ।।


ସେନାପଟ୍ଟ ବେଶ, ମକର ଚୌରାଶୀ ବେଶ

ଗିରି ଗୋବର୍ଦ୍ଧନ ବେଶ ।।


ପୁଷ୍ୟାଭିଷେକ ଯେ ଅନ୍ତିମ ଅଟଇ

ଏପରି ବତିଶ ବେଶ ଯେ ହୁଅଇ ।।


ବୈଶାଖ ଠାରୁ ଚୈତ୍ର ପର୍ଯ୍ୟନ୍ତ ଦେଖି ପବିତ୍ର ହୁଏ ନେତ ।

ଉତ୍କଳେ ଶ୍ରୀକ୍ଷେତ୍ରେ ବିରାଜିତ ବିବିଧା ବେ6ଶ ଶ୍ରୀ ଜଗନ୍ନାଥ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational