STORYMIRROR

Kalandi pal

Inspirational

3  

Kalandi pal

Inspirational

ଚିହ୍ନିଛି ଜାଣିଛି

ଚିହ୍ନିଛି ଜାଣିଛି

1 min
157


ଚିହ୍ନିଛି ଜାଣିଛି ତୁମକୁ ପ୍ରଭୁ ହେ

   ତୁମେ ମୋ କଳା ଠାକୁର

ଅଜଣା ଇଲାକା କରିଛି ଦଖଲ

    କେଇ ଦିନ ବାସ ଘର

ହାଟେ, ହାଟ ସଉଦା ମୋହର ।


ସରିଲେ ସଉଦା ହାଟରୁ ମୋହର

    ଫେରିବି ତୁମ ପାଶକୁ

ଖୋଲି ଦେବ ପ୍ରଭୁ ତୁମ ପାଶେ ମୋର

     ପାପ ପୁଣ୍ୟ ପୋଟଳୀକୁ

ପାପ ମୋର କେତେ ପୁଣ୍ୟ ମୋର କେତେ

     କରିବ ତୁମେ ବିଚାର ।


ଯିବାର ପୂର୍ବରୁ ଏତିକି ମିନତୀ

    ଥାଉ ତୁମ ଶୁଭ ଦୃଷ୍ଟି

କରୁଥିଵି ସଦା ପୁଣ୍ୟର ସଉଦା

    ପାପରେ ପକାଇ ଗଣ୍ଠି

ହାଟକୁ ପଠାଇ ହଟ କରିବନି

    ଦାସାନୁଦାସ ତୁମର ।

    


Rate this content
Log in

Similar oriya poem from Inspirational