STORYMIRROR

Kalandi pal

Inspirational

3  

Kalandi pal

Inspirational

ସପ୍ତପୁରୀ

ସପ୍ତପୁରୀ

1 min
249


ଶ୍ରୀମନ୍ଦିରେ ଆଜି ଲାଗି ସପ୍ତପୁରି

ସାତ ପୁରେ ପିଠା ହୋଇଛି ତିଆରି

ଦଇତା ପୂଜାରୀ କରନ୍ତି ଗୁହାରି

ଭୋଜନ କରିବେ ଶ୍ରୀ ବାଙ୍କବିହାରୀ

     ବାଜୁଥିବ ଭେରୀ ତୁରି.

ବଡ ଦେଉଳ ପଡେ ଉଛୁଳି. l0l


ଆଲାମ ଚଣ୍ଡୀଙ୍କୁ ଆଜ୍ଞା ମାଳ ଯାଏ

ଚତୁର୍ଦ୍ଦଶୀ ଦିନ ତାଡ଼ ଆସିଥାଏ.

ଦକ୍ଷିଣ କାଳୀଙ୍କୁ ଆବାହନ କରି

ଲକ୍ଷ୍ମୀମାତା କରିଥାନ୍ତି ସପ୍ତପୁରି

    ମନରେ ଶରଧା ଭରି.

ଆଜି ଭୁଞ୍ଜିବେ ବୋଲି ଶ୍ରୀ ହରି. l1l


ସାରି ସପ୍ତପୁରି ହୁଏ ବସ୍ତ୍ର ଚୋରି

ନୀଳାଚଳ ସତେ ଅବା ଗୋପପୁରି

ଦଇତା ସେବକେ ଆଜି ଗୋପନାରୀ

ସାଥେ ବାଳକୃଷ୍ଣ କରିବେ ତ କେଳି

      କରି ତାଙ୍କ ବସ୍ତ୍ର ଚୋରି.

ବ୍ରଜେ ଯମୁନା କୂଳେ ଶ୍ରୀ ହରି. l2l

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational