STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଜଗନ୍ନାଥ ଦାରୁବ୍ରହ୍ମ

ଜଗନ୍ନାଥ ଦାରୁବ୍ରହ୍ମ

1 min
26


ଜଗନ୍ନାଥ ତୁମେ ପରଂବ୍ରହ୍ମ

ଦାରୁଭୂତ ତୁମେ ଦାରୁବ୍ରହ୍ମ

ତୁମେ ଦୟାମୟ

ମଙ୍ଗଳ ଆଳୟ

ଅନାଦି ଅନନ୍ତ ନିରଞ୍ଜନ।

ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମେ ଅଣାକାର

ତୁମେ ନିରାକାର

ଜଗତ ଜନ ବାନ୍ଧବ

କରୁଣା ବାରିଧି ରଙ୍କୁଣି ର ନିଧି

ତୁମ୍ଭେ ହିଁ ଜୀବ ର ଜୀବ

ତୁମ୍ଭେ ହିଁ ତ ଗତି ତୁମ୍ଭେ ହିଁ ମୁକତି

ତୁମ୍ଭ ବିନା ସବୁ ଅକାରଣ।

ଜଗନ୍ନାଥ ତୁମେ ପରଂବ୍ରହ୍ମ

ଜଡ ରେ ତୁମ

ଚେତନ ରେ ତୁମେ

ସବୁ ଠାରେ ତୁମ୍ଭ ସ୍ଥିତି

ଆକାଶ ପାତାଳ

ସର୍ବ ଚରାଚର

ତୁମ୍ଭେ ପରାତ୍ପର ବିଶ୍ଵ ଧନ।

ଜଗନ୍ନାଥ ତୁମେ ପରଂବ୍ରହ୍ମ

ଦାତୁଭୂତ ତୁମେ ଦାରୁବ୍ରହ୍ମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational