ସ୍ବର୍ଗଠୁଁ ବଡ ଜନନୀ
ସ୍ବର୍ଗଠୁଁ ବଡ ଜନନୀ
ସୁଖର ସଂସାର ଗଢି ତୋଳିବାକୁ
ନିତ୍ୟ ଚିନ୍ତା ଚେତନାରେ
ଛୋଟ ପରିବାର ସୁଖୀ ପରିବାର
ନାରାବାଜି ଦୁନିଆରେ
ଆଦର୍ଶ ମାନ ସମ୍ମାନ
ପୁଣ୍ୟତୋୟା ଗଙ୍ଗା ପରି ପବିତ୍ରତା
ନିର୍ମଳ ପ୍ରତିଟି ପ୍ରାଣ ।
ପୁରୁଷ ଶିକ୍ଷିତ ହେଲେ ପରିବାରେ
ଜଣେ ଶିକ୍ଷିତ ହୁଅଇ
ନାରୀ ସୁଶିକ୍ଷିତା ହେଲେ ପରିବାରେ
ସର୍ବେ ସୁଶିକ୍ଷା ଲଭଇ
ସ୍ବର୍ଗ ଠୁଁ ବଡ ଜନନୀ
ନାରୀ ସୁ-ସମ୍ମାନେ ଜଗତରେ ଶାନ୍ତି
ଅସମ୍ମାନେ ଧ୍ବଂସ ଜାଣି ।
ଆଦି ଗୁରୁ ମାତା ଦ୍ବିତୀୟରେ ପିତା
ତୃତୀୟେ ଶିକ୍ଷକ କହି
କର୍ଣ୍ଣ ମନ୍ତ୍ର ଜ୍ଞାନ ସଦ୍ ଗୁରୁ ଦିଅନ୍ତି
ଲଭେ ମୁକ୍ତି ପଥ ଯହିଁ
ଯାହା ସଂସାରରେ ସାର
ଅସାର ସଂସାରେ ଏଥିପାଇଁ ସିନା
ଜନ୍ମ ଲଭେ ବାର ବାର ।
କନ୍ୟା ଅବାଞ୍ଛିତ ଏ ଭ୍ରମ ଧାରଣା
ସଂସାରେ ସଂସାରୀ ଜନେ
ସୁକନ୍ଯାଟେକୁଳେଲୋଡେ ଏ ଜୀବନ
ଉତ୍ତମ ସାଥୀ ଭୂବନେ
ବୈକୁଣ୍ଠ ସମାନ ପୁର
ପରସ୍ପର ସ୍ନେହ ପ୍ରେମ ବନ୍ଧନର
ଯହିଁ ଥାଏ ନିରନ୍ତର ।