Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational

3  

Nilamani Thapa

Inspirational

ବିଶ୍ୱପ୍ରେମ

ବିଶ୍ୱପ୍ରେମ

1 min
175


ତପସ୍ୟା କରିଲେ      ଉଦୟ ହୁଅଇ 

    ମନ ମଧ୍ୟେ ଦିବ୍ୟଜ୍ଞାନ 

ଏହି ଜ୍ଞାନ ପାଇ       ନିବୃତ୍ତି ମାର୍ଗର 

    ହୋଇ ପାରଇ ଦର୍ଶନ । 


କାମ କ୍ରୋଧ ଆଉ  ଲୋଭ ମୋହ ଠାରୁ

    ଆତ୍ମ ଟି ଦୂରେଇ ଯାଏ

ବିଶ୍ୱ ପ୍ରେମର     ଦିବ୍ୟ ଆଲୋକରେ

     ମନ ଉଦ୍ଭାଷିତ ହୁଏ । 


ଅନେକରୁ ଏକ     ଆତ୍ମା ଭାବ ନେଇ

     ତା' ମଧ୍ୟେ ରଖି ନିଜକୁ 

ଜନ ମାନ ହିତ      ମଧ୍ୟେ ଥାଇ କରି   

     ମିଳଇ ଶାନ୍ତି ପଥକୁ । 


ବିଶ୍ୱ ପ୍ରେମରେ      ହୋଇ ଉଦବୁଦ୍ଧ

     ସମସ୍ତଙ୍କ ସେବା ଅର୍ଥେ 

କର୍ମ କରିଗଲେ     କୌଣସି କାଳରେ 

     ଶ୍ରମ ଯିବ ନାହିଁ ବ୍ୟର୍ଥେ । 


ସତ୍ କର୍ମ ମାର୍ଗ      ଆପଣାଇ ସର୍ବେ

     ବାଛି ନେବା ସତ୍ୟ ଧର୍ମ 

ଅବାଟର ସାଥି      ପଥ ଭୁଲିଗଲେ 

     ଶିଖେଇବା ବିଶ୍ୱପ୍ରେମ । 



Rate this content
Log in

Similar oriya poem from Inspirational