STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଅଛିଣ୍ଡା ଗଣିତ

ଅଛିଣ୍ଡା ଗଣିତ

1 min
149

ଅଛିଣ୍ଡା ଗଣିତ

କଷିବାକୁ ଲାଗେ ଜଟିଳ

ଭାଗ କଲେ ହୁଏନା ବିଭାଜ୍ୟ

ରହି ଯାଏ ଭାଗଶେଷ

ଉତ୍ତର ଲେଖିଲା ବେଳକୁ

ସେ ହୁଏ ଏକ ଭଗ୍ନାଂଶ

ଜୀବନଟା ବି ଏକ

ଅଛିଣ୍ଡା ଗଣିତ

ମଧୁର ବନ୍ଧନର ସଂପର୍କ ଭିତରେ

ଭାବ ବିନିମୟ କରି ଚାଲିଥିଲେ

ମୃତ୍ୟୁ ଯାଏ ହୁଏନା ଶେଷ

ଯେତେ ଯା' କଲେ

ରହି ଯାଏ ଅବଶୋଶ

ଅତୁଟ ଅଛିଣ୍ଡା ଅଚିହ୍ନା 

ପାର୍ଥିବ ଜୀବନର ଏ ଅଭ୍ୟାସ

ସ୍ୱଭାବ ପ୍ରକୃତି ମାନସିକ ସ୍ଥିତି

ପରିବେଶ ପରିସ୍ଥିତିରେ

ମଣିଷ ତା' ଜୀବନଧାରାକୁ ସମାଜର

ମୁଖ୍ୟ ସ୍ରୋତରେ ସାମିଲ୍ କରି

କରେ ଯା' ଯା' କୀର୍ତ୍ତି

ରହେ ତାର ଅଲେଖା ଇତିହାସ

ଭଲ ପାଇବାର ଅନୁକୂଳରେ ହେଉ

ଅବା ପ୍ରତାରିତ ହେବାର ପ୍ରତିକୂଳରେ

ସବୁ ଅବସ୍ଥାରେ ରହେ ଅଶେଷ

ବାସ୍ତବତାର ଏ ସଂପର୍କ 

ହୋଇଗଲେ ବି ସାମୟିକ ବିଚ୍ଛେଦ

ମାନସିକ ସ୍ତରେ ରହିଥାଏ ଜୀଇଁ

ଆଣୁ ଯଶ କି କରୁ ବିବଶ

ଜୀବନ ବହୁ ଅନୁଭବ ଅନୁଭୂତିର

ଏକ ଅମୀମାଂସିତ ସିଦ୍ଧାନ୍ତ

ତାକୁ ଜାବୁଡି଼ ଧରିଥାଏ ପରିବେଶ

ଅଛିଣ୍ଡା ଗଣିତ ପରି ସେ

କଷି ଚାଲୁଥାଏ ଜୀବନ ବ୍ୟାପୀ

ରଖି ଭରସା ବିଶ୍ୱାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational