STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଯନ୍ତ୍ରଣା

ଯନ୍ତ୍ରଣା

1 min
197

ଘୃଣା ଏବେ ଜହରର

ବିଷ ମଞ୍ଜିର, ବିଷ ବୃକ୍ଷର

ପଙ୍କ ଏବେ ଆବର୍ଜନାର

ପଢ଼ିଛି, ଗୀତିକାବ୍ୟ

ଶୁଣିଛି, ଗାଥା କବିତା

କିଛିକଥା, ଅକୁହା ବ୍ୟଥା

କିଛି କଥା କହି ହୁଏ

କିଛି କଥା କହି ହୁଏନା

ଆଉ ସାଜିବିନି ନୀଳକଣ୍ଠ

ପିଇବାକୁ ହଳାହଳ ଗରଳ

ନା ସମାଧି ହେବି ନା କବରି ହେବି

କିନ୍ତୁ ପ୍ରଶ୍ନବାଚୀ କାହିଁକି ଏଠି ନିତି ହାଟନାଟ

ଦୁଃଖ, ଦୈନ୍ୟ, ଜଂଜାଳ

କେତେଯେ ଯାତନା ଏଠି

ମୁଁ ସ୍ବପ୍ନ ଦେଖିଥିଲି କେତେ କଣ

ରଙ୍ଗୀନ ସ୍ୱପ୍ନରେ ମସଗୁଲ ହେଇଥିଲି

ଗଢିବାକୁ ତାଜ, ସ୍ୱପ୍ନର କୋଣାର୍କ ଏଠି ନନ୍ଦନକାନନ

ଉପଯୋଜନ ଏବେ ଉପସ୍ଥାପନ ର

ବଂଚିବାର ଅହରହ ସଂଗ୍ରାମରେ

ପଣ୍ଡ ଯୋଜନା ବି ବିଫଳ ହୁଏ

ସଫଳ ମଣିଷ ହେବା ପାଇଁ

ଘର ଏଠି ସ୍ବର୍ଗର

ଜୀବନ କିନ୍ତୁ ଯନ୍ତ୍ରଣା ର ନୁହେଁ

ନିଜେ କବରି ହେଲା ପରେ

ସମାଧି ହେଲାପରେ

ନିଜ ସମାଧି ନିଜେ ଜାଳିଲା ପରେ

ଏଠି ଆତ୍ମତୃପ୍ତି ମିଳେନି

ଅପହଞ୍ଚ ଇଲାକାରେ ସ୍ବପ୍ନ ଏବେ ରାଜ କରେ

ହେଲେ ରାଜ ତାର କିଏସେ ଜାଣେ

ସଫଳ ହେବି, ପାଇବି, ହେବି

ମୋ ହକର ହକଦାର, ହେଲେ

ତମେ କିନ୍ତୁ ମାପି ଚୁପି ଥରଟିଏ ଆସ

ଏଠି ସ୍ବପ୍ନ ବି ଦେଖିହୁଏନି

କାହିଁକିନା ଆଖି ମୋର

ସହର ଯନ୍ତ୍ରଣାର

ଏଠି ଯନ୍ତ୍ରଣା ଲେଖିବାର ନୁହେଁ

କାଗଜ ରେ କଲମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational