Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Inspirational

3  

Pradeep Kumar Panda

Inspirational

ପିତୃ ଦିବସ

ପିତୃ ଦିବସ

1 min
168


ପିତୃ ଦିବସ ରେ ପିତାଙ୍କ ଉଦ୍ଦେଶ୍ୟରେ ଅନେକ ଅନେକ ଶୁଭେଚ୍ଛା ଶୁଭ କାମନା।

ପିତା ଧର୍ମ ପିତା ସ୍ୱର୍ଗ ପିତାହୀ ପରମ ତପଃ

ପିତରେ ପ୍ରିତିମାପର୍ଣ୍ଣେ ପିୟତୀ ସର୍ବ ଦେବତାଃ।


ଦୁଇ ଅକ୍ଷରର  ଶବ୍ଦ ଅଟେ ବାପା

   କେଉଁଠି ମିଳିବେ ନାହିଁ 

ଯେତେ ବଡ ପୁଅ  ଝିଅ ହୋଇ ଥିଲେ

   ବାପା ଙ୍କର ଛୋଟ ସେହି।


ବାପ ଥିଲା ପୁଅ  ସଭାରେ ହାରେନା

   ଯେତେ ଭୁଲ ଥିଲେ କରି 

ସବୁ ମୁଣ୍ଡ ପାତି    ସେ ସହି ନିଅନ୍ତି

   ପୁଅ ପାଇଁ ସ୍ନେହ ଭରି।


ଫଟା ଚପଲରେ  କାଳ କାଟିଥାନ୍ତି

   ସନ୍ତାନେ ଦେଇ ପୋଷାକ 

ଟିକିଏ ଅସୁସ୍ଥରେ ଥାନ୍ତି ବିବ୍ରତ

  ହୋଇ ଯାଆନ୍ତି ଭାବୁକ।


ନିଜ ପିଲା ତାଙ୍କୁ   ସୁନ୍ଦର ଲାଗନ୍ତି

   ସବୁ ବେଳେ ତାଙ୍କ ଚିନ୍ତା 

ଭଲ ଜିନିଷଟି   କେଉଁଠି ପାଇଲେ

   ମନେ ପଡେ ପିଲା କଥା।


ଖାଇବା ପୂର୍ବରୁ   ପିଲାଙ୍କୁ ଖୁଆଇ

   ବଳକା ଖାଇ ଥାଆନ୍ତି 

ପିଲାଙ୍କର ଅଳି   ପିଲାଙ୍କ ଅର୍ଦ୍ଦଳି

   ଖୁସିରେ ସହି ଥାଆନ୍ତି।


ପଇସାରେ ସବୁ   ଜିନିଷ ମିଳିବ

   ହେଲେ ନ ମିଳିବେ ବାପ 

ବାପାଙ୍କ ଅନ୍ତର   ସ୍ନେହ ଗନ୍ତାଘର

    ଭଗବାନଙ୍କ ସ୍ୱରୂପ।


ଏହି ସଂସାରର   ଜୀଅନ୍ତା ଠାକୁର

   ତାଙ୍କ ଏହି ଦିବସରେ 

ପ୍ରଣାମ ଭୂମିଷ୍ଠ    କରଇ ପ୍ରଭାତ

   ତାଙ୍କ ପଦାରବିନ୍ଦରେ।



Rate this content
Log in

Similar oriya poem from Inspirational