Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ଭାରତୀ କିଶୋରୀ

ଭାରତୀ କିଶୋରୀ

1 min
375


ଗୋଲକ ମଣ୍ଡଳ ନାଥେ ଲକ୍ଷ୍ୟ କରି

କହନ୍ତି ଭାରତୀ କିଶୋରୀ,

ଭାରତ-ମଣ୍ଡଳେ ଯାହା କଲ ନାଥ

ମନୁ ହେଉ ନାହିିଁ ପାସୋରି

ଗୋପେନ୍ଦ୍ରେ, ଛଳେ ଜାତିକୁଳ ନାଶିଲ

ଯାହା ଥିଲା ଆମ୍ଭ ନିଜତ୍ୱ ତହିିଁରେ

ନିଜ ପ୍ରଭୁତା ପ୍ରକାଶିଲ ...

ଆମ୍ଭ କ୍ଷୀର ସର ଲବଣୀରେ ପୁଷ୍ଟ

ବଳକୁ ତୁମ୍ଭର ଅନାଇ

ଭୟ ଲଭି ସିନା ଜାରମଣି ବୀରେ

କରି ନ ପାରିଲେ ଲଢ଼ାଇ; ଗୋପେନ୍ଦ୍ରେ,

ଯେ କଥା କହିଥିଲ ଯାଇ,

ଜୟ ଗର୍ବେ ମାତି କେଉଁ କଥା କଲ

ପୂର୍ବ ପ୍ରତିଜ୍ଞା ଅନୁଯାୟୀ

ଗାନ୍ଧୀ ନିଜ କାଣ୍ଡ ଘଟାଇଲା ଦିନୁ

ସ୍ନେହ ଗଣ୍ଠି ହେଲା ଶିଥିଳ ତହୁଁ

ଜଣାଗଲା କିସ ହେଲ ତୁମ୍ଭେ

ତହିିଁ ପୂର୍ବେ ଅବା କି ଥିଲ; ପାଞ୍ଚୋଳେ,

ପରିଚୟ ହେଲା ଯାହାର,

ଯାହା ଲାଗି ହେଲା ସକଳ କଳହମାନ

ବଢ଼ାଇଲ ତାହାର ।


Rate this content
Log in

Similar oriya poem from Abstract