STORYMIRROR

Pradeep Kumar Panda

Drama Tragedy Action

3  

Pradeep Kumar Panda

Drama Tragedy Action

ଲିଭି ଲିଭି ଯାଉଛି

ଲିଭି ଲିଭି ଯାଉଛି

1 min
33

ଧରମ ବନ୍ଧୁ,

ସିନ୍ଦୂର ବିନ୍ଦୁ

ପଖିଆ କାନ୍ଧୁ,

ନୈଷ୍ଠିକ ହିନ୍ଦୁ

କମାର ଶାଳ,

ହଳ ଲଙ୍ଗଳ

ଲାଉର ଥାଳ,

କଉଡ଼ି ଖେଳ

ଧାନ ବେଙ୍ଗଳା,

ଅମଳ ଖଳା

ତେଲର ପଳା,

କୂଅ ଉଝୁଳା

ପାଦେ ଅଳତା,

ରିବନ ଫିତା

ବରଡା ଛତା,

ମଞ୍ଜା ରାଇତା

ବରଡା ଚଟ,

ଗୁରୁଜୀ ଛାଟ

ଖଡ଼ି ସିଲଟ,

ଝିଅଙ୍କ ଜଟ

ମାଆ ପଣତ,

କଙ୍କଣ ହାତ

କେନ୍ଦରା ଗୀତ,

ନାଉରୀ କାତ

ଢ଼ିଙ୍କି ପାହାର,

ପାଲିଙ୍କି ବର

ଡାଆଣୀ ଡର,

ଭୂତ ନଜର

କଲମ କାଳି,

ଘର ଛୁଆଳି

ଗାୟକ ଅଳି,

ଚନ୍ଦନ ଥାଳି

କାଠ କଠଉ,

ଚୁଲି ପିଠଉ

ଲେଖା ଚିଟଉ,

ପକ୍ଷୀ ଜଟାୟୁ

ଚିଲ ଶାଗୁଣା,

କାନ୍ଥରେ ଠଣା

ଖୋଲୁଅ ଘଣା,

କାନ୍ଥ ଆଲଣା

ବିବାହ ଝୋଟି,

ପିଲାଙ୍କ ଖଟି

ପଲମ ରୁଟି,

ରିବନ ଚୁଟି

କୂଅର ପାଣି,

ବୋହୁ ଓଢ଼ଣୀ

ପର୍ବ ପର୍ବାଣୀ,

ଗାଈ ତୋରାଣି

ଶଗଡ଼ ଗାଡି,

ଗୁଣି ଗାରେଡ଼ି

ପାରାଙ୍କ ଭାଡ଼ି,

ବଇଦ ନାଡ଼ି

କୃଷି ଦର୍ଶନ,

ରେଡ଼ିଓ ଗାନ

ଖଣିରେ ଧାନ,

କୁଣିଆ ପାନ

ଗୋବର ପାଣି,

ଆଈ କାହାଣୀ

ମାଟି ଘୋଡଣୀ,

ମାଠିଆ ପାଣି

ହାତ ବିଞ୍ଚଣା,

ବାହା କାନ୍ଦଣା

ହେଁସ ମଶିଣା,

ସିକା ଚାରଣା

ସଞ୍ଜ ଗୋଧୂଳି,

ପିଠା ଚକୁଳି

ରଜର ଦୋଳି,

ଦେବତା ବଳି

ଚୁଲିରେ ଜାଳ,

ଫୁଙ୍କିଲା ନଳ

ହାଣ୍ଡି ପଖାଳ,

ଢିଙ୍କି ଚାଉଳ

ଚଟ ଆସନ,

ଅର୍କର ପାନ

ସାଧୁ ସମ୍ମାନ,

ଭିକ୍ଷୁଙ୍କୁ ଦାନ

ଶିକାରେ ଦହି,

ଲଙ୍ଗଳ ମହି

ପୁରାଣ ବହି,

ଉଖୁଡା ଖଇ

ବତି ଲଣ୍ଠନ,

ବଟୁଆ ପାନ

ପୋଇ ମଥାନ,

ଅମାର ଧାନ

ପତର ପୋଥି,

ମଙ୍ଗଳ ତିଥି

ବନ୍ଧୁ ଅତିଥି,

ଦୁଃଖର ସାଥୀ

ଶିଳ ବାଟଣ,

ଛାଇଵା ଛଣ

ପଡୋଶୀ ତୁଣ,

ମାପ ମହଣ

ବୁଢ଼ା ଶଙ୍ଖାରୀ,

କାହାଣୀ ପରୀ

ପୂଜା ବାଛୁରୀ,

ସହିଷ୍ନୁ ନାରୀ

ଲୁଣ କାଠୁଆ,

ମାଟି ମାଠିଆ

ନାଲି ଚା ମଜା,

ଚାଉଳ ଭଜା

ପାଚିଲା କେନ୍ଦୁ,

ରହୁଛି ବନ୍ଧୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama