ଧନଜନ
ଧନଜନ
ଧନଜନ କିଛି ଲୋଡା ନାହିଁ ମୋର,
ଶ୍ରୀପୟରେ ଦିଅ ସ୍ଥାନ,
ତୁମ ଆଶୀର୍ବାଦ ରହିଥିଲେ ପ୍ରଭୁ
ସୁଖରେ ବିତିବ ଦିନ ।
ମଣିଷ ଜୀବନ ନିମିତ୍ତ ମାତ୍ର
ଆଜି ଅଛି କାଲି ନାହିଁ,
ଗର୍ବ ଅହଙ୍କାର ସବୁ ମୂଲ୍ଯହୀନ
କରିବି କାହାକୁ ନେଇ ।
ଦୟା ରଖିଥାଅ ଦୟାର ସାଗର
କର ନାହିଁ ମୋତେ ପର,
ତୁମରି ଆଶ୍ରିତ ହୋଇ ରହିଥାଏ
ଏତିକି କରୁଣା କର।।