Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

କଳାଶ୍ରୀମୁଖ

କଳାଶ୍ରୀମୁଖ

1 min
8


ସନ୍ଧ୍ୟା ପ୍ରଣତି ଘେନ ହେ ଜଗନ୍ନାଥତୁମ ପାଖେ ଆତ୍ମା ହୁଏ ସମର୍ପିତ ଆସିଲା ପ୍ରଭୁ ଛାଇ ଲେଉଟା ଵେଳସନ୍ଧ୍ୟାର ଆଳତୀ ଘେନ ଭଗବାନ। 

ଯୁଆଡେ ଟାଣୁଛ ସିଆଡେ ଧାଏଁ ତ ଦିନୁ ଦିନୁ ଦୁଃଖ ହେଲା ଅପ୍ରମିତଉଦ୍ଧାର କର ହେ କମଳା କାନ୍ତ।ସମୟର ଉଜାଣୀ ସୁଅରେ ଭାସେଏଇ ଜୀଵନ ମୋରଜାଣିପାରିଲିନି କେତେବେଳେ ସରି ଗଲା ସବୁ ସୁଖର ସପନ ।


ଆଜି ଅବଶ ମନେ ଭାବେ ବସିକେମିତି ସରିଲା ସମୟ ଆଜି।ରାତି ପାହିଗଲା ସମୟ ସରିଲାସୁଖ ସରିଲା ବେଳେ ତୁମ କଥାମନେ ପଡିଲା..ଭାସୁଥିଲା ମନ ସୁଖ ସାଗରରେଆଜି ମନେ ପଡିଲା ଦୁଃଖ ରେବୁଡିଲା ଵେଳେ।


ତ୍ରାହି ତ୍ରାହି ଡାକେ ଆତୁରେ ପ୍ରାଣଉଦ୍ଧାର କର ହେ ରାଧା ରମଣଅବଶ ଶରୀର ଖୋଜେ ତୁମକୁଜୁ ନାହିଁ ଆଉ ବାଟ ଚାଲିବାକୁ।


ତୁମ ବିନା କିଏ ଅଛି ସଂସାରରେଧରି ନେଵ ପ୍ରାଣି ପଡ଼ିଗଲା ବେଳେସୁଖର ବଣିଜ ସରିଗଲା ହେ ପ୍ରଭୁ ଘୋର ଦୁର୍ଦ୍ଦିନରେ ଡାକେ ତୁମକୁଦୟାକର ଦୀନବନ୍ଧୁ ପାପି ଜନକୁଶେଷ ସମୟେ ଦର୍ଶନଇଛା ତୁମକୁ।


ଏତିକି ଇଛା ପୂରଣ କରିବ ନାଥଦେଖାଯାଉ ତୁମର କଳାଶ୍ରୀମୁଖଜୟ ଜଗନ୍ନାଥ ।


Rate this content
Log in

Similar oriya poem from Abstract