STORYMIRROR

Bharati Lenka

Inspirational Others

3  

Bharati Lenka

Inspirational Others

ଗୁରୁ ଦେବାୟ ନମଃ

ଗୁରୁ ଦେବାୟ ନମଃ

1 min
211


ହେ ଗୁରୁ ମୋର ତୁମମନ୍ତ୍ର ଜପି

 ବଞ୍ଚିଛି ଆଜିଏ ଭବ,

 ତୁମେତ ଦେଇଛ ଅଥଳ ଜଳରେ

 ଜ୍ଞାନ ଆଲୋକ ର ନାଵ ।


ଭାସି ଯାଉଥିଲି ଗଭୀର ଜଳରେ

 ଆଣିଲ ଗୁରୁହେ ଛାଣି,

 ହୃଦୟ ଅନ୍ଧାର ଦୁର କରିତୁମେ

 ଜ୍ଞାନା ଲୋକ ଦେଲ ବୁଣି ।


ବଞ୍ଚିବାର ରାହା ଦେଇଛ ଶିଖାଇ

 ହେବି ନାହିଁ ପଥ ଭ୍ରଷ୍ଟ

ହୃଦୟ ମନ୍ଦିରେନିତ୍ୟ କରେ ପୂଜା

 ତୁମେ ଗୁରୁ ବ୍ରହ୍ମ ଶ୍ରେଷ୍ଠ ।


ଗୁରୁ ରୂପେ ତୁମେ ସାକ୍ଷାତ ଈଶ୍ୱର

ଧାରା ଧାମେଅବତରୀ

ଶୁଷ୍କ ବୃକ୍ଷ ଦେହେ ସଞ୍ଚରିଛ ପ୍ରାଣ

ନବ ପଲ୍ଲବିତ କରି ।


ତୁମ ସ୍ନେହ ଗାଳି ମସ୍ତକର ମଣୀ

 ସାଇତି ରଖିବି ସଦା

ତୁମେ ଗୁରୁ ମୋର ଚଳନ୍ତି ଠାକୁର

 ତୁମେ କୃଷ୍ଣ ତୁମେ ରାଧା ।


ତୁମେ ତ ଦେଇଛ ଶିକ୍ଷା ଓ ସଂସ୍କୃତି

ବିବେକର ପରି ଭାଷା

ଅଜ୍ଞlନ ତିମିର ହୋଇଛି ମୋ ଶେଷ

ପାଇ ଆଶା ଓ ଭରସା ।


ଘେନ ନମସ୍କାର ହେ ଗୁରୁ ମୋହର 

 ପବିତ୍ର ଗୁରୁ ଦିବସେ

ତଵ ସ୍ପର୍ଶେବିତୁ ସବୁରି ଜୀବନ

ସଦା ଆନନ୍ଦ ଉଲ୍ଲାସେ ।


କରୁଛି ଆରତୀ ଆଜିଏ ଭାରତୀ

ଭକ୍ତିର ପ୍ରଦୀପ ଜାଳି

ପୁଷ୍ପାଞ୍ଜଳି ଢାଳେ ଚରଣ କମଳେ

ପଦେ ମଥା ନତ କରି ।


Rate this content
Log in

Similar oriya poem from Inspirational