STORYMIRROR

Bharati Lenka

Children Stories Inspirational Others

4  

Bharati Lenka

Children Stories Inspirational Others

ଶୀର୍ଷକ - ବର୍ଷାରାଣୀ🌧️⛈️

ଶୀର୍ଷକ - ବର୍ଷାରାଣୀ🌧️⛈️

1 min
15

💐🌹ବରଷା ରାଣୀ 💐🌹

ଆଖି ଆଗେ ନାଚିଯାଏ

ମୋର ପିଲା ଦିନ

 ଓଳିରୁ ଝରେ ବରଷା ଟୋପା 

ଉଚ୍ଛନ ହୁଏ ମନ!!

ପଢା ଖାତାରୁ ଲୁଚାଇ କରି

କାଗଜ ଆଣେ ଚିରି,

ଭସାଇ ଦିଏ ବର୍ଷା ପାଣିରେ

ଡ଼ଙ୍ଗା ତିଆରି କରି!!

ଫେରାଇ ଦିଅ ମୋ ପିଲାଦିନ

ବରଷା ରାଣୀ ମୋତେ

ଖେଳିବି ପୁଣି ଆନନ୍ଦ ମନେ

ମୁଁ ତୁମରି ସାଥେ!!

ବରଷା ଦିନେ ବାଡ଼ିରେ ଆମ

ଫଳଇ କେତେ ଫଳ

ଜହ୍ନି କାକୁଡି ପାଣି କଖାରୁ

ରଙ୍ଗ ବେରଙ୍ଗ ଫୁଲ!!

ବରଷା ରାଣୀ ଝରାଏ ପାଣି

ବାପା ହୁଅନ୍ତି ଖୁସି

ଲହ ଲହକା ଧାନ ର କ୍ଷେତ

ଶାଗୁଆ ଶୋଭା ରାଶି!!

ଲକ୍ଷ୍ମୀ ମାଆ କୁ ଓଲଗି ହୋଇ

ନୁଆଇଁ ପୁଣି ମଥା

ମାଆ ଲୋ ମାଆ ଅମାର ମୋର

ସଦା ପୁର୍ଣ୍ଣ ରଖୁଥା!!

ବରଷା ଜଳ ବଡ଼ ଶୀତଳ

ଲାଗଇ ଭାରି ଭଲ 

ପୁର୍ଣ୍ଣ ହୁଅଇ ଗଡିଆ ନଦୀ

ଖାଲ ଖମା ଆଉ ନାଳ!!

ଋତୁକୁ ମାନି ବରଷା ରାଣୀ

 ଝରାଉ ଥାଅ ପାଣି

ତୁମରି ପାଇଁ ହସୁ ଆମର

 ବାଡ଼ି ବଗିଚା ପୁଣି!!🙏💐ଭାରତୀ ଲେଙ୍କା, କେନ୍ଦ୍ରାପଡ଼ା 🙏💐



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍