STORYMIRROR

Bharati Lenka

Inspirational Others

4  

Bharati Lenka

Inspirational Others

ଗଣେଶାୟ ନମଃ

ଗଣେଶାୟ ନମଃ

1 min
293


ଜୟ ଜୟ ଗଜାନନ ପ୍ରଭୁ ଲମ୍ବୋଦର

ଚରଣେ ଜଣାଉ ଅଛି କୋଟି ନମସ୍କାର ।।


ଅଗ୍ରେ ପୂଜ୍ୟ ଗଣେଶ ହେ ଗଉରୀ ନନ୍ଦନ

ଭକ୍ତି ପୁଷ୍ପ ଦେଇ କରୁଅଛି ମୁଁ ବନ୍ଦନ ।।


ଅଙ୍ଗ ମଉଳି ରୁ ଯାତ ପାର୍ବତୀ ଦୁଲାଳ

ବିଘ୍ନ ବିନାଶକ ପ୍ରଭୁ ସର୍ବ ସୁମଙ୍ଗଳ ।।


ବକ୍ର ତୁଣ୍ଡ ମହାକାୟ ତ୍ରିଶୂଳ ଶୋଭିତ

 ତଵ ଶ୍ରୀ ଚରଣେ କରୁଅଛି ମଥା ନତ ।।


ମାତାଙ୍କରଧ୍ୟାନ ଭଗ୍ନ ନ ହୋଇବା ପାଇଁ

ଗୁହା ଦ୍ଵାରେ ଦ୍ୱାରପାଳ ରୂପେ ଥିଲ ରହି ।।


ଶିବ ଗଣ ମାନେ ଯେ ହୋଇଲେ ପରାଜିତ

 ଶେଷେ ଶଙ୍କର ଆସିଲେ ହୋଇ କ୍ରୋଧା ନିତ ।।


 ଯୁଧ୍ୟ ରେ ଜିଣି ନ ପାରି ମସ୍ତକ ଛେଦିଲେ

ମାତା ପାର୍ବତୀ ଦେବୀ ଅନେକ ଶୋକ କଲେ ।।


ପୁତ୍ର କୁ ମୋ ଯିବ ଦାନ ଦିଅନ୍ତୁ ଶଙ୍କର

 ନହେଲେହାରିବି ପ୍ରାଣ ସତ୍ୟ ତିନି ବାର, ।।


ଏହା ଦେଖି ଶିବ ମନ ମଧ୍ୟ୍ୟ ବିଚାରିଲେ

ହସ୍ତୀ ମୁଣ୍ଡ ଲଗାଇଣ ଯିବ ନ୍ୟାସ ଦେଲେ ।।


ଆକାଶ ରୁ ଦେବତାଯେ ପୁଷ୍ପ ବୃଷ୍ଟି କଲେ

ଗଣପତି ଲମ୍ବୋଦର ବୋଲି ନାମ ଦେଲେ ।।


ସର୍ବ ଦେବତାଙ୍କ ଅଗ୍ରେ ପୂଜିତ ହୋଇବ

ନାମ ସ୍ମରଣ ମାତ୍ରକେ ବିଘ୍ନ ନାଶ ହେବ ।।


 ଜୟ ତୁ ଜୟ ତୁ ଦେବ ପ୍ରଭୁ ଲମ୍ବୋଦର,

 ତୋତେ ସୁମରିଲେ ଜନ୍ମ ଜନ୍ମlନ୍ତେ ଅମର ।।


ତୁହି ସର୍ବ ସିଦ୍ଧିଙ୍କର ଅଟୁ ଆଦିଶକ୍ତି

ତୋତେ ଆରାଧନା କରି ଦେବତା ଗମନ୍ତି ।।


ତୁହି ସେହି ଗୁଣ ନିଧି ଅଟୁ ହର ସୁତ

ଭାରତୀ ଜଣାଏ ଚରଣରେ ପ୍ରଣିପାତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational