STORYMIRROR

Bharati Lenka

Inspirational Others

4  

Bharati Lenka

Inspirational Others

ଦୀପାବଳି

ଦୀପାବଳି

1 min
316


ଆଲୋକ ର ପର୍ବ ଦେବ ଦୀପାବଳି

ଆସିଛି ବରଷ ପରେ,

ତୋ ମନ୍ଦିର ଦୀପ ଆଲୋକେ ଝଟକେ

ଆଖିରୁ ମୋ ଲୁହ ଝରେ,।।


 ଆଖିର ଲୁହରେ ଜାଳୁଛି ଦୀପାଳି

 ଭକ୍ତି ପୁଷ୍ପ ଟିଏ ଦେଇ,

 ଜୀବନ ଦୀପ ମୋ ଲିଭି ଲିଭି ଆସେ

ଆଉ ଜଳି ପାରୁ ନାହିଁ,।।


ଘରେ ଘରେ ମଣ୍ଡା ଆରିସା କାକରା

ଆକାଶେ ଆକାଶ ଦୀପ,

ମୋ କପାଳ ପୋଡା ସଳିତା ଟିଏ ମାଆ

କରି ଥିଲି କେଉଁ ପାପ,।।


ବସିଲେ ଦୋଷୀ ମୁଁ ଉଠିଲେ ଦୋଷୀ ମୁଁ

ପାଟି ଖୋଲିଲେ ମରଇl

ଯିଏ ଦିଏ ଦାନା ସେ ଉଡାଏ ବାନା

ମନକୁ ବୁଝନ୍ତି ନାହିଁ,।।


କେତେ ଦିନ ଆଉ ପୋଡା ସଳିତାଟି

ଜଳିବି ମାଆ ଦିକି ଦିକି

ସୁଦୟା କରମା ଜଗତ ଜନନୀ

ପାଖକୁ ନେ ମାଆ ଡାକି,।।


ତିନି କାଳ ଗଲା ଆଉ ଏକ କାଳ

ବଞ୍ଚିବାକୁ ନାହିଁ ଆଶା,

ଭରଷା ବିଶ୍ୱାସେ ଭରିଛି ବିଷ ମାଆ

ନାହିଁ ପାଇବାର ନିଶା ,।।


ଝିଅ ଘର କରି ଅନ୍ଧାର ମାଆ ଲୋ

କି ସୁଖ ପାଉଛୁ କହ

ମାଆ ହୋଇ ଯେବେ ବୁଝି ନ ପାରିଲୁ

ଦୁଃଖିନୀ ହୃଦୟ କୋହ,।।


ତlରିବା ଶକତି ଅଛି ବୋଲି ମାଆ

ତାରିଣୀ ନାମ ବୋଲାଉ

 ମlରିବାର ଥିଲେ ମାରିଦେମାଆଲୋ

ସହି ହେଉ ନାହିଁ ଆଉ,।।


ଭାରତୀ ଆରତୀ ଘେନ ଦୟା ମୟୀ

ଚରଣେ ଦେଏ ଆସରା

ତୋର ବିନା ନୁହେଁ କେହି ଆପ ଣlର

ସ୍ୱlର୍ଥ ଏ ଦୁନିଆ ପରା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational