STORYMIRROR

Bharati Lenka

Romance Others

3  

Bharati Lenka

Romance Others

ମୁଁ କିଛି ଲୁଚାଇବିନି ତୁମକୁ

ମୁଁ କିଛି ଲୁଚାଇବିନି ତୁମକୁ

1 min
12


କଅଣଭଲ ଲାଗେ ତୁମକୁ

ଛଳନା ର ମୁଖା ପିନ୍ଧି କହିବାକୁ କଥା

ଭାବନିଏ କେଡେ ସୁଧାର ତୁମେ

ମନେ ତୁମ ନାହିଁ ଟିକେ ଆବିଳତାll

ହେଲେ ତୁମର ସେ ଛଳନା

ଯେବେ ପଡ଼ିଯାଏ ଧରା

ହୃଦୟେ ମୋ ଭରିଯାଏଅବିଶ୍ୱାସ ନିଆଁ ର ଅସରା କିଲ ବିଲ ହୁଏଅନ୍ତର ଟା

ସତରେ ମୁଁ କଅଣ ଏଡ଼େ ନିର୍ବୋଧ

ଜାଣି ଜାଣି ସାଥି କାଲି ଲୁହର ପସରାll

ଛିଡ଼ିଯାଏ ସଂମ୍ପର୍କ ର ଡୋର

ତୁମେ ଜାଣିବା ଦରକାର

 ସଂମ୍ପର୍କ ଟା ଆଶା ଭରସା ବିଶ୍ୱାସ ରେ ଗଢ଼ା

 ଥରେ ଯେବେ ଯାଏ ତୁଟି

ଥାଉ ଯେତେ ମଧୁରତା

 ସଂମ୍ପର୍କ ରେ ପଡ଼ିଯାଏ ଗଣ୍ଠିll

ସତରେ ଛଳନା ର ମୁଖା ଧାରୀ ମଣିଷ ଗୁଡାକ

 ଖୁବ ବେଇମାନି

ସ୍ୱlର୍ଥ ପାଇଁ ଅଭିନୟ ତାଙ୍କ ଖୁବ ଚମତ୍କାର

 ବିଚରା ମାୟା ଜାଲେ ପଡ଼ିଥିବା ସାଥିଟି

ହୁଏ ଖୁବ କିଲିବିଲି

ନେଡି ପାଣି କହୁଣିକୁ ବୋହୋଗଲା ପରେ

 ମିଳେ ନାହିଁ କିଛି ସମାଧାନ 

ଶୂନ୍ୟତା କୁ ଚାହିଁ ମୃତ୍ୟୁ ର ଅପେକ୍ଷା ରେ

 ବସିଥାଏ କହେ ହେ ଭଗବାନ ହେ ଭଗବାନll

ଏବେ ଠାରୁଭାବି ନିଅ ବନ୍ଧୁ

ଯିଏ କେବେ ହୋଇନାହିଁ ମାଆ ଓ ବାପାର

 ସେ ନୁହେଁ କାହାର

ଦେହ ସୁଖ ପାଇଁ ହାତ ଧରି

 ଜୀବନ ରେ ଭରି ଥାନ୍ତି ଖାଲି ହାହା କାରll

 କେତେ ଅଭିଶାପ ମୁଣ୍ଡରେ ମୁଣ୍ଡେଇ

ଚାଲିଥାନ୍ତି ବାଟ

ସମୟ ଯେବେ ହେବ ସନ୍ନି କଟ

 ନିଶ୍ଚୟ ଜଗନ୍ନାଥ ଖୋଲି ଦେବେ

 ତା ମାୟାର ଗୁମରll

ଯୁଆଡ଼େ ଚାହିଁବ ଯିବା ପାଇଁ ଖାଲି ବନ୍ଦ ଥିବ ଦ୍ୱାର ଖୋଲାଥିବ ନର୍କ ପ୍ରାୟଶ୍ଚିତ କରିବାକୁ

ତା ଛଳନା ଗପରll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance