STORYMIRROR

Bharati Lenka

Children Stories Children

4  

Bharati Lenka

Children Stories Children

ଶୀତ ରାଣୀ

ଶୀତ ରାଣୀ

1 min
10

ଶୀତ ଆମର ମିତରେ ଭାଇ

 ଶୀତ ଦେହକୁ ହିତ,

ଶୀତ ଋତୁ ଟି ଲାଗଇ ଭଲ

 ଗାଇବା ଆସ ଗୀତ ll

ନାନା ଜାତିର ଫୁଲ ରେ ହସେ

 ବାଡ଼ି ବଗିଚା କ୍ଷେତ,

ଚଷା ଭାଇର ମନ ଆନନ୍ଦ

ଦେଖି ସୁନେଲୀ କ୍ଷେତ ll

ସୋରିଷ ଫୁଲ ହୁଅଇ ଗେଲ

ଆନନ୍ଦ ରେ ବିଭୋର

ମାଣ ଓଷlରେ ଲକ୍ଷ୍ମୀଙ୍କ ସାଥେ

କେଡେ ସୌଭାଗ୍ୟ ତାର ll

 ବାଟ ଓଷା ପୁଣି ସାମ୍ବ ଦଶମୀ

ପଡଇପୁଷ ମାସେ

ଶିରୀ ପଞ୍ଚମୀ ତିଥିରେ ପୁଣି

ମନ ଆନନ୍ଦେ ହସେ ll

ଚାଷୀ ଅମାର ହୁଅଇ ପୂର୍ଣ୍ଣ

ଲକ୍ଷ୍ମୀଙ୍କ ଆଗମନେ

ଲକ୍ଷେ ଜୀବଜନ୍ତୁ ହୁଅନ୍ତି ପୋଷା

 ଲକ୍ଷ୍ମୀଙ୍କ ପର ଶନେ ll

ଶୀତ ବସନ୍ତ ଖରା ବରଷା

ସବୁ ଆମରି ପାଇଁ

ସବୁ ଋତୁ ରେ ତାଳ ମିଳାଇ

 ଚାଲିବା ଆମେ ଭାଇ ll

ଶୀତ କରଇ ରୋଗକୁ ଦୁର

 ଶୀତ ଟି ଆମ ମିତ

ଶୀତ ଋତୁ ରେ ବିଭିନ୍ନ ବେଶ

ହୁଅନ୍ତି ଜଗନ୍ନାଥ ll

ଘୋଡ ଲାଗିର ଅମାବାସ୍ୟା ରେ

 ହୁଅଇ ଘୋଡ ଲାଗି

ଘୋଡାଇହୋଇ ରତ୍ନ ପଲଙ୍କେ

ଶୁଅନ୍ତି କୋଠ ଭୋଗୀ ll

ଜାନି ଯାତରା ପିଠା ପଣlରେ

 ହସି ଉଠଇ ଘର

ସାଙ୍ଗ ସାଥୀଙ୍କ ସାଥିରେ ପୁଣି

ବଣ ଭୋଜି ଆସର ll

ଜଗତ ନାଥକମଳା କାନ୍ତ

ହେଲେ ଅଷ୍ଟମୀ ତିଥି

ନୂତନ ପାଟ ପିନ୍ଧି ପୋରୁହାଁ

ହୁଅନ୍ତି ତିନି ମୂର୍ତ୍ତୀ ll

ସବୁରି ଘରେ ଏଣ୍ଡୁରି ପିଠା

ହଳଦୀ ପତ୍ର ବାସ

ବଡ଼ ସନ୍ତାନ ଟିପି ଚନ୍ଦନ

ପିନ୍ଧି ନୂତନ ବାସ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍