STORYMIRROR

Bharati Lenka

Abstract Inspirational Others

3  

Bharati Lenka

Abstract Inspirational Others

ଅପରାଜିତା

ଅପରାଜିତା

1 min
10


କି ଦୋଷ ମୁଁ କରିଥିଲି

ସଜେଇଲ ବାର ଙ୍ଗନା ମୋତେ,

 ହଁ କାହିଁକିନା ମୁଁ ଚାହିଁ ନ ଥିଲି

 ଡେଇଁ ବାକୁ ଏରୁଣ୍ଡି ବନ୍ଧ,

 ସେଇଟା କଅଣ ଭୁଲ ମୋର ଏତେ,ll

ମାୟାର ମୁଖା ଧରି କହୁଥିଲ

 ଚାଟୁ କଥା କେମିତି ବା

ପାରିଥାନ୍ତି ଜାଣି,

 ତୁମେ ମୋ ହାତ ଶଙ୍ଖା

ଥିଲ ମୋର ସିମନ୍ତର ମଣୀ,ll

ତଥାପିତ ନାହିଁ ଅବ ଶୋଷ

ଏ ଦୁନିଆ ଦେଉ ପଛେ

 ମୋତେ ଯେତେ ଦୋଷ,

କାହିଁକିନା ମୋ ଦ୍ୱାର ମାଟି ବିନା

ମିଳେ ନାହିଁ ଦେବୀଙ୍କ ଆଶିଷ,ll

ଲୋଡ଼ା ହୁଏ ପ୍ରଥମେ ମୋର

 ଦାଣ୍ଡ ଧୁଳି ସେତିକି ରେ ମିଳିଯାଏ

 ମୋତେ ଆଶିଷର ଝରି,ll

ସେଇ ମାଆ ଏକା ଜlଣେ

କଳୁଷ ପଙ୍କେ ମୁହିଁ କେଡେ ନିର୍ମଳ

ହୃଦୟ ମୋ ପ୍ରତି ନିଶିଥ

ରେ ହୁଅଇ ବ୍ୟାକୁଳ,ll

କେହି ଜଣେ କୁହେ ମୋର କାନେ

 ପଣତରେ ପୋଛି ଦେଇ ଲୁହ

କଳଙ୍କ ଅଛି ବୋଲିତ

ସୁନ୍ଦର ଚନ୍ଦ୍ରମା ଙ୍କ ମୁହଁ,ll

କଳା ରଙ୍ଗ କାଳିଆକୁ

 କରିଛି ସୁନ୍ଦର

 ସେ ରଙ୍ଗକୁ ଦେହେ ବୋଳି

କରିଦେ ତୋ ଜୀବନ ସାକାର,ll

ଦେଖିବୁ ଏ ସମାଜ ଦେବ ତୋତେ

 ଦେବୀର ସମ୍ମାନ,

କାହିଁକି ନାଁ ମୁଁ ଜାଣିଛି ତୋ କଳଙ୍କ

ନୁହେଁ କେବେ ପାପର ଲେପନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract