STORYMIRROR

Bharati Lenka

Others Children

3  

Bharati Lenka

Others Children

ପିଲାଦିନ

ପିଲାଦିନ

1 min
167


ଫେରି ଆସନ୍ତା କି ମୋର

ସେହି ପିଲାଦିନ,

ଶୈଶବ ର ଚପଳତା

ଅଝଟିଆ ମନ,!!

ନ ଥିଲା ମନରେ ଭୟ

ନ ଥିଲା ଆଶଙ୍କା,

 ତୋଟା ମାଳ ଘୁରି ବୁଲୁ

 ଥିଲୁ ଏକା ଏକା,!!

 ଗଡିଆ ପୋଖରୀ ଜଳେ

ଗାଧୋଇବା ମଜା,

 ମୁଣ୍ଡେ ଥୋଇ ସାରୁ ପତ୍ର

 ସତେ ଜଳ ରାଜା,!!

ବରଷା ଦିନର ସେହି 

 ସାଙ୍ଗ ସାଥି ମେଳେ

ପୋଖରୀ ଗାଧୁଆ ପୁଣି

କହିଲେ ନ ସରେ!!

ଗୋଟି ଗୋଟି ହୋଇ,ଆଜି

 ମନେ ଅଛି ସବୁ 

 ବୋଉ କହେଗାଧୋଇକି 

ସଅଳ ଆସିବୁ!!

 ମୁଣ୍ଡ ଓଦା କରିବୁନି 

ଧରିଯିବ ଜ୍ୱର

ବାପାଙ୍କର ନାଲି ଆଖି

ଲାଗେ ଭାରି ଡର!!

ଏବେବି ପଡଇ ମନେ

ସାଙ୍ଗ ସାଥି ମେଳେ

କି ଆନନ୍ଦ ଶୈଶବ ର

 ଭୁଲି ମୁଁ ନ ପାରେ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍