STORYMIRROR

Bharati Lenka

Abstract Children Stories Inspirational

3  

Bharati Lenka

Abstract Children Stories Inspirational

ବର୍ଷାରାଣୀ

ବର୍ଷାରାଣୀ

1 min
13

ବରଷା ରାଣୀଗୋ ଝରାଅ ପାଣି

ପୁର୍ଣ୍ଣ ହେଉ ଶୁଷ୍କ ଗଡିଆ ପୁଣି,ll

 ସୁନା ଫସଲ ରେ ହସୁ ମୋ କ୍ଷେତ,

 ଗୃହେ ବାସ କରନ୍ତୁ ଲକ୍ଷ୍ମୀ ମାତ,ll

ଶ୍ରାବଣ ମାସେ ନ ହେଲେ ବର୍ଷା

ଦେଶକୁ ପଡେ ମରୁଡି ଦଶା,ll

ଶ୍ରାବଣେ ତୁମେ ଆସ ଶ୍ରାବଣୀ

ଚଷା ପୁଅଟି କରେମାଗୁଣୀll

 ଝିପି ଝିପି ମେଘେ ଅତିଷ୍ଟ ମହୀ

 ହେଉ ନାହିଁ ଆଉ ଜମାରୁ ସହି,ll

ସନ୍ତ ସନ୍ତିଆ କୁ ମଶାଙ୍କ ଦାଉ,

ଅକାଳମରୁଡି ବଜାର ଭାଉ,ll

 ଜଳ ବିହୁନେ ସୃଷ୍ଟି ହୁଏ ନାଶ

ଜଳ ଗହଳେ ହୁଏ ସର୍ବ ନାଶ,ll

 ବେଳ କାଳ ଜାଣି ହୁଅ ବରଷା

 ଚାଷୀ ଭାଇର ବୁଡ଼ିଲାଣି ହଂସା,ll

 ମଣିଷ କଲାଣି ଅନେକ ପାପ

ସେଥିପାଇଁ ପ୍ରଭୁ କଲେଣି କୋପ,ll

ଦେଶରେ ହେଲେ ହେଂସରେ ପଡିବ

ଦେଶରେ ନ ହେଲେ ଭୋକେ ମରିବ,ll

 ଏବେଠୁ ମଣିଷ ସୁଧୁରି ଯାଅ

ବୃକ୍ଷ୍ୟ ନ କାଟିଣ ଗଛ ଲଗାଅll

ରହିଲେ ବନାନୀ ହେବ ବରଷା,

 ଚଷା ପୁଅ ଲକ୍ଷେ ଯିବ ପୋଷା,ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract