Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Pranati Mahapatra

Inspirational

3  

Pranati Mahapatra

Inspirational

ଶ୍ରୀରାଧା

ଶ୍ରୀରାଧା

1 min
151



ଶ୍ରୀ ସମ୍ପନ୍ନ ପ୍ରଭୁ ଯୋଗେଶ୍ବର କୃଷ୍ଣ

    ଶ୍ରୀ ସମ୍ପନ୍ନ ରାଧାରାଣୀ,

ପ୍ରଭୁ ଶ୍ରୀକୃଷ୍ଣଙ୍କ ଅଂଶାବିଶେଷ ସେ

    ମାତା ଯେ ବିଶ୍ବକଲ୍ୟାଣୀ,

   ଶ୍ରୀରାଧା ନାମଟି ପୁଣି

ଅତି ପ୍ରିୟ ନାମ ପ୍ରଭୁ କୃଷ୍ଣଙ୍କର

   ଜଗତ ବି ଅଛି ଜାଣି ।


ପ୍ରଭୁ କୃଷ୍ଣଙ୍କର ଆତ୍ମା ଯେ ଶ୍ରୀରାଧା

     ଶ୍ରୀକୃଷ୍ଣ ଶ୍ରୀରାଧା ଦାସ,

ଆମର ଇନ୍ଦ୍ରିୟ, ମନ,ବୁଦ୍ଧି ସବୁ

    ମୁଁ" ଆତ୍ମାର ଯେ ଦାସ,

    ଆତ୍ମାର ଆତ୍ମା ପରମାତ୍ମା

ଉକ୍ତ ନ୍ୟାୟେ କୃଷ୍ଣଙ୍କ ଆତ୍ମା ଶ୍ରୀରାଧା

     କୃଷ୍ଣ ରାଧାଙ୍କର ଦାସ ।।


ଲୀଳାକ୍ଷେତ୍ରେ ଦୁହେଁ ଦୁହିଁଙ୍କର ସେବା

    କରୁଥାନ୍ତି ଆନନ୍ଦର,

ଶ୍ରୀରାଧାଙ୍କ ଉପାସକ ଯୋଗେଶ୍ବର

   ଉପାସିକା ରାଧା କୃଷ୍ଣଙ୍କର,

    ଅପ୍ରାକୃତ ପ୍ରେମେ ବାନ୍ଧି

ଲୀଳାକ୍ଷେତ୍ରେ ରାଧା ଶ୍ରୀକୃଷ୍ଣ ହୁଅନ୍ତି

   କୃଷ୍ଣ ଶ୍ରୀରାଧା ରୂପର ।।


ଦୁଇ ନାମ ସିନା ଏକ ଓ ଅଭିନ୍ନ

   ମନ,ବୁଦ୍ଧି,ଇନ୍ଦ୍ରି ସମ,

ଜନମାନସକୁ ଦୁଇ ସତ ହେଲେ

  ବାସ୍ତବରେ ଏକ କର୍ମ ଧର୍ମ ,

  ଶ୍ରୀମଦ୍ ଭାଗବତରେ

 "ରାସ ପଞ୍ଚାଧ୍ୟାୟୀ" ଶାସ୍ତ୍ରର ଯେ ଆତ୍ମା

     ରାସେଶ୍ବରୀ ପ୍ରାଣର ପ୍ରାଣରେ ।।


ଭାଗବତ ଗୋପଲୀଳା ପ୍ରସଙ୍ଗରେ

      ଶ୍ରୀରାଧା ଧଳା କାଗଜ,

ଭଗବାନ କୃଷ୍ଣ ବ୍ରଜେନ୍ଦ୍ର ନନ୍ଦନ

    ଶବ୍ଦାବଳୀ ସେ ସମୂହ,

   ରାଧା ତତ୍ତ୍ୱ ପ୍ରେମରସ 

କାଢିଦେଲେ ରସାମୃତ ଯେ ଅଲୋଡା

     ମହାପୁରୁଷଙ୍କ ମତ ।।

     ଲାଗେ ଜଡ଼ ଅବା ମୃତ



ରାଧାତତ୍ତ୍ୱ ବୁଝିବା ଶ୍ରୀରାଧା ଜାଣିବା

    କଥା ବଡ଼ କଷ୍ଟକର ,

ବିଶାଳ ରସାଳ ରସମୟ ସିନ୍ଧୁ

     ଗ୍ରନ୍ଥ ଏ ଭାଗବତର,

    ମତ ଯେ ଭଗବାନଙ୍କର

ଭକ୍ତି କଲେ ମୋତେ ଭକ୍ତିବଳେ କୃପା

    କଲେ ଜାଣ ଭକ୍ତ ପ୍ରବର ।।


କବି ଅଭିମନ୍ୟୁ ସାମନ୍ତ ସିଂହାର

      କବିତାରେ ତ ପ୍ରକାଶ,

ବିଦଗ୍ଧ କବିଙ୍କ ଶ୍ରୀରାଧା ବାତୁଳୀ

    ପଢି ମୁଖ ହସ ହସ,

   ଦୂତିକା ପ୍ରସଙ୍ଗ ସହ

ନବଘନ ରୂପ ଯମୁନା ଶ୍ରୀରୂପ

    ପୁଣି ଚିତ୍ର ଶ୍ୟାମ ସୁବାସ ।।

     



Rate this content
Log in

Similar oriya poem from Inspirational