Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational

3  

ବି. ନିରୁପମା

Inspirational

ଧୈର୍ଯ୍ୟଶୀଳା ଦୟାବତୀ

ଧୈର୍ଯ୍ୟଶୀଳା ଦୟାବତୀ

1 min
141


ଜନମ ଦିନର ଶୁଭାଶିଷ-ତୋତେ

ସାହା ହୋଇଥା'ନ୍ତୁ ମାଆ,

କନକ ବରନା ଚତୁରୀ ଲଳନା

ସର୍ବ କୁଶଳରେ ଥାଆ ।


କୁଳବଧୂ ଆମ ଘର ଲକ୍ଷ୍ମୀ ତୁ ଲୋ

ଧୈର୍ଯ୍ୟଶୀଳା ଦୟାବତୀ,

ଲୋଟଣିପାରାଟି ପରି ଘୂରୁଥାଉ

ଗୃହକାର୍ଯ୍ୟେ ଦିନ ରାତି ।


ଭାରି ସାଦାସିଦା କଅଁଳ କହି ଯେ

ନୁହଁ ଉଗ୍ର ଆଧୁନିକା,

କମ୍ପ୍ୟୁଟର ଠାରୁ ଗାଡ଼ି ଚଢ଼ାଯାଏ

ସବୁଥିରେ କିନ୍ତୁ ଦକ୍ଷା ।


କୁନି ପୁଅଟିକୁ ସରାଗରେ ପାଳୁ

ଶିଖାଉ ଉଚିତ କଥା,

ପାଠ ପଢ଼ା ଠାରୁ ଖେଳ, ନାଚ, ଗୀତ

ସାଥୀ ହୋଇ ଥାଉ ଯଥା ।


ମନେ ପଡ଼େ ଯେବେ ମୁମ୍ବାଇରେ ଥିଲୁ

କୁଳପ୍ରଦୀପଟି ଲାଗି,

ଅହର୍ନିଶ କେତେ ସଂଘର୍ଷ କରିଛୁ

ନିଜ ସୁଖ-ସ୍ୱାର୍ଥ ତ୍ୟାଗୀ ।


ବିମାନରେ ଦିନେ ଉଡ଼ି ଆସିଥିଲୁ

ରିଶାନକୁ ଧରି ଏକା,

ଭାଇ ଦେଶକାର୍ଯ୍ୟେ ମଗ୍ନ ଥିଲା ତହିଁ

ଆମକୁ କରିଲୁ ଦେଖା ।


ରାତି ଅଧେ ଆସି ବିମାନବନ୍ଦରୁ

ପାଛୋଟିଲା ସାନ ଯାଆ,

ନିଶ୍ଚିନ୍ତ ହୋଇକି ଧନ୍ୟବାଦ ଦେଲୁ

ସାହା ହୋଇଥିଲେ ମାଆ ।


ଏବେବି ତୋହର କର୍ତ୍ତବ୍ୟ କରୁଛୁ

ରାଜଧାନୀରେ ତୁ ରହି,

ଭଲମନ୍ଦ ଆମ ପଚାରି ବୁଝୁଛୁ

ଆସୁଅଛୁ ଦେଖିଚାହିଁ ।


ଆଜିର ଏଇ ଯେ ଶୁଭ ମୁହୂର୍ତ୍ତରେ

ମାଆଙ୍କ ଚରଣେ ଅଳି,

ପରିବାର ସହ ସକୁଶଳେ ଥାଆ

ସାଧନା ମାର୍ଗରେ ଚଳି ।



Rate this content
Log in

Similar oriya poem from Inspirational